ମହିଳା ଆନ୍ଦୋଳନକାରୀଙ୍କୁ ପୁରୁଷ ପୋଲିସ୍ ଲଗାଇ ଦମନ କରିବା ଦୁର୍ଭାଗ୍ୟଜନକ: ବିଜେପି
Khabar Odisha:BJP-Mahila-Morcha-Naveen-Niwas
ଭୁବନେଶ୍ୱର, ୦୨ ଅକ୍ଟୋବର(ଖବର ଓଡ଼ିଶା):

ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ମାନଙ୍କ ପ୍ରତି ଆକ୍ଷେପ କରିବା ପ୍ରତିବାଦରେ ରାଜ୍ୟ ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିବା ବେଳେ ପୁରୁଷ ପୋଲିସର ଦମନ କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ସଭାନେତ୍ରୀ ପ୍ରଭାତୀ ପରିଡା। ମୋର୍ଚ୍ଚାର ଶତାଧିକ ମହିଳା ଏକାଠି ହୋଇ ଶାନ୍ତିପୂର୍ଣ୍ଣ ତଥା ଅହିଂସା ଉପାୟରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରିବା ସମୟରେ ଶାସକ ଦଳର ଚାପରେ ପୋଲିସ ରାସ୍ତାରେ ବାଟ ଓଗାଳିବା ଏବଂ ଅତି ଅଶାଳୀନ ଆଚରଣ ଦେଖାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । 

ମନ୍ତ୍ରୀଙ୍କ ମହିଳା ବିରୋଧୀ ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଇ ପୋଲିସ ଦମନର ଶିକାର ହୋଇଛନ୍ତି ଶତାଧିକ ମହିଳା । ପୁରୁଷ ପୋଲିସ ମହିଳାଙ୍କୁ ଡେଣା ଧରି ଉଠାଇବା, ଟଣା ଓଟରା କରିବା ଏବଂ ଅଶାଳୀନ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ମହିଳା ପୋଲିସ ଥାଇ ପୁରୁଷ ପୋଲିସ ଜାଣିଶୁଣି ମହିଳାଙ୍କୁ ଏପରି ଅତର୍କିତ ଭାବେ ଆକ୍ରମଣ କରି ମହିଳାଙ୍କ ସହ ଆଶାଳୀନ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଆଇନ ବିରୋଧୀ । ଏହା ଦ୍ୱାରା ମହିଳାଙ୍କ ସମ୍ମାନ ହାନି ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । 

ସେହିପରି ଅନୁରୂପ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିହାଂର। ନବୀନ ନିବାସ ଘେରାଉ ସମୟରେ ମହିଳା ପୋଲିସ ବଦଳରେ ପୁରୁଷ ପୋଲିସଙ୍କୁ ନିୟୋଜିତ କରାଯାଇଥିଲା । ଜାଣିଶୁଣି ପୋଲିସ ଦୁର୍ବ୍ୟବହାର ପ୍ରର୍ଦଶନ କରିଥିଲେ  ବୋଲି କହିବା ସହ ସେ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । 

Subscribe

National International State Sports Entertainment