ଏବିଭିପିର ‘ମିଶନ ସାହସୀ’ କାର୍ଯ୍ୟକ୍ରମ: ଛାତ୍ରୀ ନେଲେ ଆତ୍ମରକ୍ଷା ତାଲିମ
Khabar Odisha:ABVP-mission-sahasi-programe-at-Bermunda
ଭୁବନେଶ୍ୱର, ଅକ୍ଟୋବର ୩୦(ଖବର ଓଡ଼ିଶା):

ବର୍ତମାନ ଝିଅମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ପ୍ରତି କ୍ଷେତ୍ରରେ ଅସାମାଜିକ ଲୋକଙ୍କ ଦ୍ୱାରା ଅବହେଳିତ ଓ ଅତ୍ୟାଚାରିତ ହେଉଛନ୍ତି । ତେଣୁ ଛାତ୍ରୀମାନେ ନିଜକୁ କିପରି ସୁରକ୍ଷା ଦେଇ ପାରିବେ ସେଥିପାଇଁ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ‘ମିଶନ ସାହସୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୨୦ ହଜାର ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯାଉଛି । 

ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ପଡିଆରେ ଆଜି ସକାଳ ୯ ଟାରୁ ୧୧ଟା ଯର୍ଯ୍ୟନ୍ତ ଏହି ମିଶନ ସାହସୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବରମୁଣ୍ଡା ପଡିଆରେ ପ୍ରାୟ ୧ ହଜାର ଛାତ୍ରୀଙ୍କୁ ତାଲିମ ଦିଆଯାଉଛି । ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ନେବାକୁ ଭୁବନେଶ୍ୱରର ବିଭିନ୍ନ କଲେଜର ଛାତ୍ରୀମାନେ ଉପସ୍ଥିତ ରହିଛନ୍ତି । 

ସାରା ଦେଶର ପ୍ରାୟ ୫ ଲକ୍ଷ ଛାତ୍ରୀଙ୍କୁ ଆଜି ଅତ୍ମରକ୍ଷା କୌଶଳ ପାଇଁ ତାଲିମ ଦିଆଯିବାର ସ୍ଥିର ହୋଇଥିବାବେଳେ ଓଡ଼ିଶାରେ ପ୍ରାୟ ୨୦ ହଜାର ଛାତ୍ରୀ ତାଲିମ ଦିଆଯିବାକୁ ଲକ୍ଷ୍ୟ ରହିଛି । ଛାତ୍ରୀମାନେ ସମ୍ମୁଖୀନ କରୁଥିବା ଅସ୍ୱାଭାବିକ ପରିସ୍ଥିତିରୁ ନିଜକୁ ରକ୍ଷା କରି ପାରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ପୂର୍ବରୁ ସମ୍ବଲପୁର, ଜୟପୁର, ବାରିପଦା, ରାଉରକେଲା, କଟକ ଓ କେନ୍ଦ୍ରାପଡ଼ା ଆଦି ସ୍ଥାନରେ ତାଲିମ ଦିଆଯାଇଛି ।

Subscribe

National International State Sports Entertainment