ନିଜ ସାଥୀ ସହ ପାରାଗ୍ଲାଇଡିଙ୍ଗ୍ କରିବାକୁ ଚାହୁଁଥିଲେ ଯାନ୍ତୁ ଏହି ସବୁ ସ୍ଥାନକୁ
Khabar Odisha:odisha-national-travel-best-paragliding-destinations-of-india
ଭୁବନେଶ୍ୱର, ଜାନୁଆରୀ ୧୨ (ଖବର ଓଡିଶା) :

 ଯଦି ଆପଣ ପକ୍ଷୀ ଭଳି ଉନ୍ମୁକ୍ତ ଭାବରେ ଆକାଶରେ ଉଡିବାକୁ ଚାହୁଁଛନ୍ତି ତେବେ ପାରାଗ୍ଲାଇଡିଙ୍ଗ୍ କରନ୍ତୁ । ଏହି ଆଡଭେନଚର କାର୍ଯ୍ୟକଳାପ ଆପଣଙ୍କର ଉଡିବାର ସ୍ୱପ୍ନକୁ ପୂରଣ କରି ପାରିବ । ତେବେ ଭାରତରେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ ଆପଣ କମ୍ ଟଙ୍କାରେ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ । ପାରାଗ୍ଲାଇଡିଙ୍ଗ ପାଇଁ ଉତରାଖଣ୍ଡ ଏକ ପ୍ରସିଦ୍ଧ ସ୍ଥାନ । ଏତଦ୍ ବ୍ୟତୀତ ରାଜସ୍ଥାନର ମାଉଂଟ ଆବୁ ମଧ୍ୟ ପ୍ରସିଦ୍ଧ । ଯଦି ପାହାଡ ଏବଂ ନଦୀର ପରିବେଶ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଉତରାଖଣ୍ଡର ନୈନିତାଲ ଏବଂ ହିମାଚଳର ବିର ବିଲିଙ୍ଗ ସବୁଠାରୁ ସୁନ୍ଦର ସ୍ଥାନ । 

ପାରାଗ୍ଲାଇଡିଙ୍ଗ କରିବା ପାଇଁ ସାହାସ ଥିବା ଉଚିତ୍ । ହିମାଚଳର ବିର ବିଲିଙ୍ଗ ସମୁଦ୍ର ପତନ ଠାରୁ ୨୬୦୦ ମିଟର ଉଚ୍ଚରେ ରହିଛି । ଏଠାରେ ଆପଣ ମାଉଂଟେନ ବାଇକିଙ୍ଗ, ଟ୍ରାକିଙ୍ଗ ଏବଂ କ୍ୟାମ୍ପିଙ୍ଗ ମଧ୍ୟ କରି ପାରିବେ । ସେହି ଭଳି ଆଉ ଏକ ସ୍ଥାନ ରହିଛି ଇନ୍ଦ୍ରୁନାଗ । ଏହି ସ୍ଥାନ ଧର୍ମଶାଳା ମାର୍କେଟର ୫କିମି ଦୂରରେ ରହିଛି । ସମୂଦ୍ର ପତନରୁ ୨୦୦୦ଫୁଟ ଉଚ୍ଚରେ ଏହି ସ୍ଥାନ ରହିଛି । ଏହି ସ୍ଥାନକୁ ୨୦୧୧ରେ ଉଦଘାଟନ କରାଯାଇଥିଲା । ସରକାର ପର୍ଯ୍ୟଟନକୁ ଆଗକୁ ବଢାଇବା ପାଇଁ ସରକାର ଏହାକୁ ବିକଶିତ କରିଛନ୍ତି । ଅକ୍ଟୋବରରୁ ନେଇ ଡିସେମ୍ବର ପର୍ଯ୍ୟନ୍ତ ସମୟ ପାରାଗ୍ଲାଇଡିଙ୍ଗ ପାଇଁ ସବୁଠାରୁ ଭଲ ସମୟ । 

Subscribe

National International State Sports Entertainment