ବିଶ୍ୱ ପର୍ଯ୍ୟଟନ ଦିବସ, ଭୁବନେଶ୍ୱର ବିମାନ ବନ୍ଦର ଓ ଷ୍ଟେସନରେ ଫୁଲ ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ କରାଯାଉଛି ସ୍ୱାଗତ
Khabar Odisha:World-tourism-day
ଭୁବନେଶ୍ୱର, ସେପ୍ଟେମ୍ବର ୨୭(ଖବର ଓଡ଼ିଶା):

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ୧୯୮୦ରୁ ଏହି ଦିନଟିକୁ ଆନ୍ତର୍ଜାତୀୟ ସ୍ତରରେ  ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି । ରାଜଧାନୀର ବଡ ବଡ କୋଠା ଠାରୁ ଆରମ୍ଭ କରି ପର୍ଯ୍ୟଟନ ଅଫିସ, ଭୁବନେଶ୍ୱର ରେଳ ଷ୍ଟେସନ, ଜୟଦେବ ବାଟିକା ଓ ଧଉଳି ଶାନ୍ତି ସ୍ତୂପକୁ ସଜା ଯାଇଛି । ଆଜି ବିମାନବନ୍ଦର ଓ ରେଳ ଷ୍ଟେସନରେ ପର୍ଯ୍ୟଟକଙ୍କୁ ପାରମ୍ପରିକ ଢଙ୍ଗରେ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଛି । 

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଟକ ବାରବାଟୀ ଦୁର୍ଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । ସେହିପରି ସକାଳ ୭ ଟାରେ ରାଜଧାନୀର କଳିଙ୍ଗ ଷ୍ଟାଡିୟମରୁ ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ ଏକ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ସେହିପରି ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Subscribe

National International State Sports Entertainment