କୋରାପୁଟ ହାଟରେ ଆଦିମ ଜନଜାତି ବଣ୍ଡା ରମଣୀଙ୍କ ଫଟୋ ପ୍ରଦର୍ଶନୀ
Khabar Odisha:Photo-exhibition-on-bonda-women-in-koraput-weekly-market

ଲମତାପୁଟ, ଫେବୃଆରୀ ୦୯(ଖବର ଓଡ଼ିଶା) : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ସାପ୍ତାହିକ ହାଟରେ ଗୁରୁବାର ଆଦିମ ଜନଜାତି ବଣ୍ଡା ରମଣୀଙ୍କ ଜୀବିକା, ସଂସ୍କୃତି, ସ୍ୱାସ୍ଥ୍ୟରକ୍ଷା, ପରିମଳ ଗୋଷ୍ଠୀ ଜୀବନକୁ ନେଇ ଏକ ଫଟୋ ପ୍ରଦର୍ଶନ କରାଯାଇଥିଲା । ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ବି.ଗୋପାଳ କ୍ରିଷ୍ଣା ମୂର୍ତି,ସହକାରୀ ଯନ୍ତ୍ରୀ ଭି.ଭାସ୍କର ରାଓ, ସ୍ଥାନୀୟ ସରପଂଚ ଜଗନ୍ନାଥ ହନ୍ତାଳ ପ୍ରମୁଖ ଉପସ୍ଥିତ ରହି ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ପର୍ଯ୍ୟଟକମାନଙ୍କୁ ଜନଜାତି ମହିଳାଙ୍କ ସଂସ୍କୃତି ଓ ଶ୍ରମ ବିବିଧତା ସଂପର୍କରେ ସୂଚନା ତଥା ସଚେତନତା କରିବାର ଆଭିମୁଖ୍ୟ ନେଇ ଏଭଳି ଏକ ପ୍ରଦର୍ଶନୀ ଶିବିରର ଆୟୋଜନ କରାଯାଇଛି ।

ସାପ୍ତାହିକ ହାଟକୁ ଆସିଥିବା ଉପଭୋକ୍ତା, ସ୍ଥାନୀୟ ଅଂଚଳବାସୀ ତଥା ବହିରାଗତ ପର୍ଯ୍ୟଟକମାନେ ଏହି ପ୍ରଦର୍ଶନୀକୁ ଉପଭୋଗ କରିଥିଲେ । ଏହି ପ୍ରଦର୍ଶନୀରେ ଆଖପାଖ ଅଂଚଳର ବହୁ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆନ୍ଧ୍ରପ୍ରଦେଶର ଫଟୋ ଗ୍ରାଫର ଲାଲ ନିଜ କ୍ୟାମେରାରେ ଉଠାଇଥିବା ଫଟୋ ଗୁଡ଼ିକର ଏପରି ପ୍ରଦର୍ଶନୀ କରିବା ସହ ପ୍ରଦର୍ଶନୀ ଶେଷରେ ଯେଉଁ ମହିଳାଙ୍କର ଫଟୋ ଏଥିରେ ସ୍ଥାନ ପାଇଥିଲା ସେମାନଙ୍କୁ ଫୋଟ ଗୁଡ଼ିକ ବିନା ମୂଲ୍ୟରେ ପ୍ରଦାନ କରିଥିଲେ । 

  • Tags:

Subscribe

National International State Sports Entertainment