ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ଲେହ, ୨୦୧୮ରେ ପହଂଚିଲେ ୩ ଲକ୍ଷ ପର୍ଯ୍ୟଟକ
Khabar Odisha:National-tourism-odisha-Leh-Ladakh-most-desirable-tourist-spot-for-foreign-tourist

ଜମ୍ମୁ, ଜାନୁଆରୀ ୨୧ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଲେହ ଜିଲ୍ଲା ବିଦେଶୀ ପର୍ଯ୍ୟଟକଙ୍କ ସବୁଠାରୁ ଅଧିକ ପସନ୍ଦର ସ୍ଥାନ ପାଲଟିଛି। ଗତ ବର୍ଷ ଏଠାକୁ ୫୦,୦୦୦ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ସମୁଦାୟ ୩ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ୩୫୨୪ ମିଟର ଉଚ୍ଚରେ ଥିବା ଏହି ପର୍ଯ୍ୟଟନ ସ୍ଥଳ ବିଦେଶୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। 

ରାଜ୍ୟ ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୮ରେ ୪୯,୪୭୭ ପର୍ଯ୍ୟଟକଙ୍କ ସମେତ ୩,୨୭,୩୬୬ ଲୋକ ଏଠାରେ ବୁଲିଛନ୍ତି। ଏହା ପୂର୍ବ ବର୍ଷ ଅପେକ୍ଷା ୫୦,୦୦୦ ଅଧିକ। ସେ କହିଛନ୍ତି ଯେ, ୨୦୧୧ରେ ପ୍ରଥମ ଥର ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଲକ୍ଷ୍ୟରେ ପହଂଚିଛି। ସେହି ବର୍ଷ ୩୬,୬୬୨ ବିଦେଶୀ ସମେତ ୧,୭୯,୪୯୧ ପର୍ଯ୍ୟଟକ ଲେହ ଜିଲ୍ଲାକୁ ଆସିଥିଲେ। 

ଲଦାଖର ପେଙ୍ଗାଙ୍ଗ ହ୍ରଦକୁ ଅନେକ ଗୁଡ଼ିଏ ଫିଲ୍ମରେ ସ୍ଥାନ ଦିଆଯାଇଛି। ଏଠାକାର ପରିବେଶ ସ୍ୱର୍ଗକୁ ଛୁଇଁଲା ଭଳି ହୋଇଛି। ଏହି ହ୍ରଦ ସମୁଦ୍ର ସ୍ତରରୁ ୧୪ ହଜାର ଫୁଟ ଉଚ୍ଚରେ ରହିଛି। ସେହିଭଳି ଏହି ଦ୍ରହକୁ ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ସ୍ଥାନ ବୋଲି କୁହାଯାଇଥାଏ। କାରଣ ଏହି ହ୍ରଦ ୧୩୪ କିଲୋମିଟର ଲମ୍ବ ଏବଂ ୭୦୦ ଫୁ ଠାରୁ ୪ କିଲୋମିଟର ପର୍ଯ୍ୟନ୍ତ ପ୍ରସସ୍ଥ। ଏହାର ଗଭୀରତା ହେଉଛି ୧୨୦ ଫୁଟରୁ ୨୦୦ ଫୁଟ। 

 

  • Tags:

Subscribe

National International State Sports Entertainment