ଆଜିଠାରୁ ଖୋଲିଲା ଭିତରକନିକା, ଲାଗିଲା ପର୍ଯ୍ୟଟକଙ୍କ ଲମ୍ବା ଧାଡି
Khabar Odisha:Bhitarakanika-National-open-today-After-3-months
କେନ୍ଦ୍ରାପଡା, ଅଗଷ୍ଟ ୧ (ଖବର ଓଡ଼ିଶା):

ଆଜି ଠାରୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି। ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ଭିତରକନିକା ଆଜି ଖୋଲିବା ପରେ ପର୍ଯ୍ୟଟକଙ୍କ ଲମ୍ବାଧାଡି ଲାଗି ରହିଥିବା ଦେଖାଯାଇଛି । 

କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଯୋଗୁ ଗତ ମଇ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା । ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ଏହି ସମୟରେ ବସାବାନ୍ଧି ସେଥିରେ ଅଣ୍ଡା ଦେଇଥାନ୍ତି । ସେଗୁଡିକୁ ସୁରକ୍ଷା ପାଇଁ ଉଭୟ ସତର୍କତାର ସହିତ ଜଗିଥାନ୍ତି । ବାହ୍ୟ ଶତ୍ରୁ ପାଇଁ ବଉଳା କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇପଡ଼ିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୩ ମାସ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ତେବେ ଆଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାକୁ ଯାଇ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁବିଧା ପାଇପାରିବା ନେଇ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। 

  • Tags:

Subscribe

National International State Sports Entertainment