ପିଶାଚ ପୁଅ: ଭତ୍ତା ଟଙ୍କା ନ ଦେବାରୁ ମା’କୁ ହତ୍ୟା କଲେ ୨ ପୁଅ
Khabar Odisha:two-son-murdered-mother-in-sundarharh
ସୁନ୍ଦରଗଡ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

ସୁନ୍ଦରଗଡ ଜିଲ୍ଲା ସଦର ଥାନା ବାରଗାଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଧବା ଭତ୍ତା ଟଙ୍କା ନଦେବାରୁ ମାଆକୁ ହତ୍ୟା କରିଛନ୍ତି ଦୁଇ ପୁଅ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ସୂଚନାନୁସାରେ, ବାରଗଡ଼ ଗାଁର ପିକେଶ୍ୱରୀ କିସାନ ଗତକାଲି ବିଧବା ଭତ୍ତା ବାବଦକୁ ୪ ଶହ ଟଙ୍କା ପାଇଥିଲେ। ତେବେ ଏହାକୁ ହାତେଇବାକୁ ଚାହିଁଥିଲେ ତାଙ୍କ ଦୁଇ ବଡ ପୁଅ ନବୀନ କିସାନ ଓ ସାନ ପୁଅ ବିପିନ କିସାନ। ମାତ୍ର ମାଆ ଏହି ଟଙ୍କାକୁ ଦେବାକୁ ଅରାଜି ଥିବାରୁ ମଆ ଓ ଦୁଇ ପୁଅଙ୍କ ମଧ୍ୟରେ ରାତିରେ ଗଣ୍ଡୋଗଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁଅ ମାଆକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ତେବେ ଗାଁ ଲୋକଙ୍କ କହିବକୁ ଜଣାପଡ଼ିଛି ଯେ, ଉଭୟ ପୁଅ ବିବାହିତ ହୋଇଥିଲେ ମଧ୍ୟ ମାଆର ଦାୟିତ୍ୱ ନେବା ପାଇଁ ଭତ୍ତା ଟଙ୍କା ନେବା ପାଇଁ ପ୍ରତିମାସରେ କଳି କରନ୍ତି। ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।     

  • Tags:

Subscribe

National International State Sports Entertainment