କିଏ ସେ ବଂଟି-ବବଲି ଯୋଡି, ଟିଟୋଙ୍କୁ ସୁରକ୍ଷା ଦେବା ପଛରେ ତାଙ୍କ ନାଁ ଚର୍ଚ୍ଚାରେ କାହିଁକି !
Khabar Odisha:toto-link-banti-babi-link
ଭୁବନେଶ୍ୱର, 10 ଅଗଷ୍ଟ (ଖବର ଓଡିଶା)-

ଟିଟୋ ସାମ୍ରାଜ୍ୟକୁ ସୁରକ୍ଷା ଦେବାପାଇଁ ଲାଗିଛନ୍ତି ବଂଟି-ବବଲି ଯୋଡି  । ଏପରି ଅଭିଯୋଗ ଆଣିଛି ବିଜେପି  । କିଏ ସେ ଯୋଡି  । ସେମାନେ କାହିଁକି ଏପରି କାମ କରୁଛନ୍ତି  । ତାଙ୍କ କାମ କରିବା ପଛରେ କାହାର ହାତ ରହିଛି ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି  । ବଂଟି-ବବଲି ଯୋଡିକୁ ନେଇ ବିଜେପି ଅଭିଯୋଗ ପରେ ଏବେ ସାଧାରଣରେ ଭିନ୍ନମତ ପ୍ରକାଶ ପାଇଛି  । ଏପରିକି ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତଦନ୍ତକାରୀ ସଂସ୍ଥା ଓ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛ  ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି  ଟିଟୋ ସହ ଆତଙ୍କୀ ସମ୍ପର୍କର ବାସ୍ନା ଆସୁଛି  । ଏପରି ଏକ ଚିନ୍ତାଜନକ ପରିସ୍ଥିତିରେ ଓଡିଶାରେ ଆତଙ୍କବାଦୀ ସମ୍ପର୍କର ତଦନ୍ତପାଇଁ ଓଡିଶାର ଜଣେ ସନ୍ଧିଗ୍ଧ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବରିଷ୍ଠ ଅଧିକାରୀ ପୂର୍ବରୁ ନେସନ୍ୟାଲ ହେରାଲଡ ମହାଦୁର୍ନୀତି ମାମଲାରେ ଗାନ୍ଧି ପରିବାରକୁ ସୁରକ୍ଷା ଦେବା ପ୍ରମାଣିତ ହେବା କାରଣରୁ ପ୍ରବର୍ତନ ନିର୍ଦ୍ଦେଶାଳୟରୁ ବିଦା କରାଯାଇଥିଲା । ବଂଟି-ବବଲି ଯୋଡି ଭାବେ ପରିଚିତ ଏହି ପ୍ରଶାସନିକ ଅଧିକାରୀ ଦମ୍ପତିଙ୍କର ଦୁର୍ନୀତି ସହିତ ଖୋଲା ଜଡିତ ହେବା କାରଣରୁ ସିବିଆଇ କାଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ମଧ୍ୟ ରାଜ୍ୟ ସରକାର ସୁରକ୍ଷା ଦେଇଛନ୍ତି । ବବଲିଙ୍କୁ ସିଏଜି ରିପୋର୍ଟ ଆଧାରରେ ଚାର୍ଜସିଟ କରାଯାଇଥିବା ବେଳେ ବଂଟିକୁ ପ୍ରବର୍ତନ ନିର୍ଦ୍ଦେଶାଳୟରୁ ନିର୍ଦାରିତ ସମୟ ପୂର୍ବରୁ ବିଦା କରାଯାଇଛି । ଲେଖାଶ୍ରୀଙ୍କ ଏହିପରି ଅଭିଯୋଗ ପରେ କିଏ ସେ ବଂଟି-ବବଲି ଯୋଡି ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି  ।

  • Tags:

Subscribe

National International State Sports Entertainment