ଅଙ୍ଗନବାଡି କର୍ମୀଙ୍କୁ ବଡ଼ ଉପହାର, ୧୫୦୦ ଟଙ୍କା ବଢିଲା ଦରମା, ଅବସର ସୀମା ୬୨କୁ ବୃଦ୍ଧି, ମିଳିବ ୨୫ ହଜାର ଟଙ୍କା ସହାୟତା
Khabar Odisha:state-odisha-Naveen-Pattnaik-increase-Anganwadi-workers-salary
ଭୁବନେଶ୍ଵର , ଜାନୁଆରୀ ୧୨(ଖବର ଓଡ଼ିଶା):

୨୦୧୯  ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଛନ୍ତି ମାଷ୍ଟର ଷ୍ଟ୍ରୋକ। ନିକଟରେ ପିଠା, ବସୁଧା, କାଳିଆ , ମୋ ଘରେ ଏଲଇଡି ଆଦି ଯୋଜନା କରି ସବୁ ବର୍ଗର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥିବା ରାଜ୍ୟ ସରକାର ଏବେ ଅଙ୍ଗନବାଡି କର୍ମୀଙ୍କୁ  ଦେଇଛନ୍ତି ଖୁସିର ଖବର।  ଅଙ୍ଗନବାଡି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନବୀନଙ୍କ ଏହି ଘୋଷଣା ନିଶ୍ଚିତ ରୂପେ ବିଜେଡିକୁ ନିର୍ବାଚନୀ ଫାଇଦା ଦେବ ବୋଲି କୁହାଯାଉଛି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ  ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଘୋଷଣା ମୁତାବକ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦ ଟଙ୍କା ବୃଦ୍ଧି କରାଯାଇଛି।  ଏବେ ଅଙ୍ଗନବାଡି ମାସକୁ ପାଇବେ ୭୫୦୦ ଟଙ୍କା ଦରମା। ଏହା ପୂର୍ବରୁ କର୍ମୀ ମାସକୁ ୬ ହଜାର ଟଙ୍କା ଦରମା ପାଉଥିଲେ। ଏହିପରି  ମିନି ଅଙ୍ଗନବାଡି କର୍ମୀଙ୍କ ଦରମା ୪୧୨୫ ରୁ ୫୩୭୫ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ପରି ଅଙ୍ଗନବାଡି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହି ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ। ଏହା ସହିତ ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମା ୬୨କୁ ବୃଦ୍ଧି କରାଯାଇଛି।  ଏହା ବ୍ୟତୀତ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ୧୫ ଦିନ ଖରାଛୁଟି ମିଳିବ।  ଅବସର ପରେ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ଆର୍ଥିକ ସହାୟତା ମିଳିବ। ଏହି ଆଧାରରେ କର୍ମୀଙ୍କୁ ୨୫ ହଜାର ଟଙ୍କା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।   ମିନି ଅଙ୍ଗନବାଡି କର୍ମୀଙ୍କୁ ୧୫, ହେଲପରଙ୍କୁ ୧୦ ହଜାର ସହାୟତା ମିଳିବ।

Subscribe

National International State Sports Entertainment