ତିତ୍‌ଲି ଗଲା, ଆସିଲା ତିତ୍‌ଲି
Khabar Odisha:newborn-baby-named-as-titli-at-asika-medical
ଗଂଜାମ, ଅକ୍ଟୋବର ୧୧(ଖବର ଓଡ଼ିଶା):

ପ୍ରଳୟଙ୍କରୀ ବାତ୍ୟା ତିତ୍‌ଲି ପରେ ଗୋଟେ କୋମଳମତି ତିତ୍‌ଲି ଜନ୍ମ ନେଇଛି ।  ଯେତେବେଳେ ଗଂଜାମରେ ବାତ୍ୟା ତିତ୍‌ଲି ତାଣ୍ଡବ କରୁଥିଲା ସେତେବେଳେ ଆସିକା ମେଡ଼ିକାଲରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି  । ଯାହାର ନାମ ତିତ୍‌ଲି ରଖାଯାଇଛି । 

ଗତକାଲି ଗଂଜାମ ଜିଲ୍ଲାର ୧୦୫ ଜଣ ଗର୍ଭବତୀଙ୍କୁ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା ।  ସେଥିମଧ୍ୟରୁ ଜଣେ ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆସିକା ମେଡ଼ିକାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ତିତ୍‌ଲି ସ୍ଥଳଭାଗ ଛୁଇଁବା ସମୟରେ ଆସିକା ଚିକିତ୍ସାଳୟରେ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଥିଲା । ସେଥିପାଇଁ ମେଡ଼ିକାଲ ପକ୍ଷରୁ ତାର ନାମକରଣ କରାଯାଇଥିଲା । ନବଜାତ ଶିଶ କନ୍ୟାର ନାଁ ତିତ୍‌ଲି ରଖାଯାଇଛି । ଏଭଳି ନାମକରଣ ପରେ ମେଡ଼ିକଲାରେ ଖୁସିର ଲହରି ଖେଳି ଯାଇଥିଲା । 

Subscribe

National International State Sports Entertainment