ଭୁବନେଶ୍ୱରରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
Khabar Odisha:ladies-doctor-Suicide-in-Bhubaneswar-Odisha
ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

ପଶ୍ଚିମ ଓଡ଼ିଶାରେ ଆଜି ନୂଆଁଖାଇ ଧୂମଧାମରେ ପାଳିତ ହେଉଥିବାବେଳେ ଭୁବନେଶ୍ୱରରେ ରହୁଥିବା ସେଠାକାର ଜଣେ ବାସିନ୍ଦା ଆଜିର ଦିନରେ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱରର ସ୍ଥିତ ଚନ୍ଦ୍ରଶେଖରପୁର ଶ୍ରୀବିହାରରରୁ ତାଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଥିବା ବେଳେ ସେ ଜଣେ ହୋମିଓପାଥିକ ଡାକ୍ତର ଥିଲେ ଜଣାପଡ଼ିଛି। ତାଙ୍କ ନାଁ ମନସ୍ୱିନୀ ବାରିକ। ମନସ୍ୱିନୀ ବିଷାକ୍ତ ଇଂଜେକ୍ସନ ନେଇ ଆତ୍ମହତ୍ୟା କରିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।  

ସୂଚନାନୁସାରେ, ମନସ୍ୱିନୀ ଶ୍ରୀବିହାରରେ ଉକ୍ତ ଘରେ ଭଡ଼ାରେ ରହୁଥିଲା ବେଳେ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। କୌଣସି ମତେ ଚନ୍ଦ୍ରଶେଖର ଥାନା ପୋଲିସ ଖବର ପାଇବା ପରେ କବାଟ ଭାଙ୍ଗି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ରୁମ୍‌ରୁ କିଛି ସିରିଞ୍ଜ୍‌ ଓ ଇଞ୍ଜେକସନ ମିଳିଛି। ସେ ପୂର୍ବରୁ ବିବାହିତ ଥିଲେ ମଧ୍ୟ ପରେ ତାଙ୍କର ଛାଡପତ୍ର ହୋଇଯାଇଥିଲା ବୋଲି ଜଣାପଡ଼ିଛି।  

  • Tags:

Subscribe

National International State Sports Entertainment