ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ନ ଆସିବାରୁ ଜୀବନ ହାରିଲେ ପ୍ରସୂତି
Khabar Odisha:health-odisha-nilagiri-pregnent-lady-died
ନୀଳଗିରି, ଜାନୁଆରୀ ୧୩(ଖବର ଓଡିଶା):

ପୁଣି ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ  । ଫେଲ ମାରୁଛି ୧୦୮ ଏବଂ ୧୦୨  ଆମ୍ବୁଲାନ୍ସ ସେବା  । ଫଳରେ ଅକାଳରେ ଚାଲିଯାଉଛି ଜୀବନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । 

ସୂଚନା ମୁତାବାକ, ଗତକାଲି ବିଳମ୍ବିତ ରାତ୍ରରେ ଜିଲ୍ଲାର ନୀଳଗିରି ଅଂଚଳରେ ଥିବା ଟାଆଁସ ଗ୍ରାମରେ ଜଣେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା । ଉପଯୁକ୍ତ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତି କରିବା ପାଇଁ  ଚାହିଁଥିଲେ । ଏଥିନିମନ୍ତେ ପରିବାର ପକ୍ଷରୁ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଗୋଟିଏ ଆମ୍ବୁଲାନ୍ସ ଖରାପ ଥିବାବେଳେ ଆଉ ଏକ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା । ଏପରିକି କୌଣସୀ ବେସରକାରୀ ଗାଡି ମଧ୍ୟ ପରିବାର ଲୋକଙ୍କୁ ମିଳି ନଥିଲା । ପରେ କିଛି ଘଂଟା ଅପେକ୍ଷା କରିବା ପରେ ଏକ ଆମ୍ବୁଲାନ୍ସ ଆସିଥିଲା । ଏଥିରେ ପ୍ରସୂତିଙ୍କୁ ନୀଳଗିରି ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । 

ଏହି ଘଟଣା ପରେ ପରିବାର ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର ଏତେ ସବୁ ଯୋଜନା କରୁଥିଲେ ମଧ୍ୟ ତାହାର ସୁଫଳ ମିଳୁ ନଥିବାରୁ ସାଧାରଣରେ ନିନ୍ଦା କରାଯାଇଛି ।

Subscribe

National International State Sports Entertainment