ଦିନିକିଆ ରିମାଣ୍ଡରେ ଯିବେ ଗୋଲଡେନ ବାବା, କୋର୍ଟ ଦେଲେ ଅନୁମତି
Khabar Odisha:crime-odisha-golden-baba-in-remand
ଭୁବନେଶ୍ୱର,ଜାନୁଆରୀ ୧୨(ଖବର ଓଡ଼ିଶା):

ବହୁଚର୍ଚ୍ଚିତ କେନ୍ଦୁଝର ଚେକ୍ ଜାଲିଆତି ମାମଲାରେ ଗୋଲଡ଼େନ ବାବାଙ୍କୁ ଦିନିକିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲୁକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଚର୍ଚ୍ଚିତ ଗୋଲଡ଼େନ ବାବାକୁ ଡ଼ିସେମ୍ବର ୩୧ରେ ଗିରଫ କରିଯାଇଥିଲା । ଗୋଟିଏ ଦିନ ପାଇଁ ଗୋଲଡ଼େନ ବାବାକୁ ରିମାଣ୍ଡରେ ନେବାକୁ  ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ , ସୁନା ପିନ୍ଧିବାର ସଉକ ଥିବା ଗୋଲଡ଼େନ ବାବା କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟି ଟଙ୍କାର ଫାଇନାନ୍ସ କରାଇଦେବା ପାଇଁ କହି ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କର ଚେକ୍ ପ୍ରଦାନ କରିଥିଲେ । ବଦଳରେ ସଂପୃକ୍ତ ବ୍ୟବସାୟୀ ଗୋଲଡ଼େନ ବାବାଙ୍କୁ ୨୦୩୦ ପର‌୍ୟ୍ୟନ୍ତ ଉଠାଣ କରି ହେଉଥିବା ୧୧ଟି ଚେକ ପ୍ରଦାନ କରିଥିଲେ ।  ସେହି ଚେକ ଗୋଟିଏ ଚେକ ଏପ୍ରିଲ ମାସ ପହିଲାର ଥିଲା କିନ୍ତୁ ଗୋଲଡ଼େନ ବାବା ଏହି ଚେକର ତାରିଖ ବଦଳାଇ ୨୦୧୮ ମସିହା ସେପ୍ଟେମ୍ବର ୧ କରି ଜାଲିଆତି କରିଥିଲେ । ଏହା ଜାଲିଆତି ହୋଇଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଡ଼ିସେମ୍ବର ୩୧ରେ ଗିରଫ କରିଥିଲା ।

Subscribe

National International State Sports Entertainment