ରାଜ୍ୟରେ ଚାଲିଛି ବେଆଇନ୍ ଧର୍ମାନ୍ତରୀକରଣ, ଚର୍ଚ୍ଚାରେ ଡାଡି, ସୁରକ୍ଷା କବଚ ସାଜିଥିଲେ ବିଜେଡି ମୁଖପାତ୍ର !
Khabar Odisha:bjd-spokes-person-link-in-beletikiri-shelter-home-issue
ଭୁବନେଶ୍ୱର, ଡିସେମ୍ବର ୬ (ଖବର ଓଡ଼ିଶା):

ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ୍ ସେଂଟର ଦ୍ୱାରା ପରିଚାଳିତ ବେଲଟିକିରି ସେଲ୍ଟର ହୋମର ମୁଖ୍ୟ ଫୟାଜ୍ ରେହମାନ୍ ଓରଫ ଡାଡିଙ୍କର କିଏ ଥିଲା ସୁରକ୍ଷାକାରୀ  । କାହା ଛତ୍ରଛାୟା ତଳେ ସେ ରାଜ୍ୟରେ ଚଳାଇଥିଲେ ତାଙ୍କର ବେଆଇନ୍ ସାମ୍ରାଜ୍ୟ ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି  । ତେବେ ଏ ସବୁ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡିର ଜଣେ ମୁଖପାତ୍ର  । ଏହି ମୁଖପାତ୍ର ଜଣଙ୍କ ମିଶିନାରୀ ସଂସ୍ଥା ସହ ସମ୍ପୃକ୍ତି ଥିବା ନେଇ ଏବେ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି  ।

ଅନ୍ୟପକ୍ଷରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ବୟାନ ପରେ ଏବେ କାଠଗଡାକୁ ଆସିଛନ୍ତି ନବୀନ ସରକାର  । ଏଭଳି ସଂସ୍ଥା ବେଆଇନ ଭାବେ ଚାଲିଥିବା ଖୋଦ ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଏହି ସଂସ୍ଥାର ଏତେ ଶାଖା ରାଜ୍ୟରେ ଚାଲିଥିଲା କିପରି  । ଧର୍ମ ପରିବର୍ତନ ପାଇଁ ରାଜ୍ୟରେ କଡା ନିୟମ ଥିବା ବେଳେ ଏହି ନିୟମର ଖୋଲାଖୋଲି ଉଲଂଘନ ହେଉଥିବା ବେଳେ କଣ ପାଇଁ ଚୁପ୍ ରହିଥିଲେ ସରକାର  । ଏପରି ନାନା ପ୍ରଶ୍ନ ଏବେ ଓଡିଶାବାସୀଙ୍କୁ ଚକିତ କରିବାରେ ଲାଗିଛି  ।

ସେପଟେ ଏହି ସଂସ୍ଥା ମଧ୍ୟରେ ବିଦେଶରୁ କୋଟି କୋଟି ଟଙ୍କା ଆସୁଥିବା କୁହାଯାଉଛି  । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  । କଥାର ସତ୍ୟତା ରହିଥିଲେ ଏହା ଅତ୍ୟନ୍ତ ସାଙ୍ଘାତିକ  । ଏପରିକି ଡାଡିଙ୍କ ବୟାନରୁ ବିଦେଶରୁ ପୁଳା ପୁଳା ଟଙ୍କା ରାଜ୍ୟକୁ ଆସୁଥିବା ବେଳେ ଆଦିବାସୀ ଇଲାକାରେ ଏହି ସଂସ୍ଥା ତାର କାୟା ବିସ୍ତାର କରୁଥିବା ବେଳେ ସେଠିକାର ଲୋକପ୍ରତିନିଧି ଓ ପ୍ରଶାସନ କିପରି ଜାଣିପାରିଲାନି  । ସାରା ଓଡିଶାରେ ଧର୍ମାନ୍ତରୀକରଣର ଜାଲ କାମ କରୁଥିବା ବେଳେ ରାଜ୍ୟ ସରକାରଙ୍କ ନୀରବତା ଏବେ ଏଥିରେ ବଡ ପ୍ରଶ୍ନ ଛିଡା କରିଛି  ।

Subscribe

National International State Sports Entertainment