ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ
Khabar Odisha:accident-Odisha-Boudh-road-strike
ବୌଦ୍ଧ, ଜାନୁଆରୀ ୧୩(ଖବର ଓଡ଼ିଶା):

 ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲା ଚାରିଛକରେ  ଏକ ବାଇକକୁ ପିକଅପ୍ ଭ୍ୟାନ ଧକ୍କା ଦେବା ଫଳରେ ବାଇଆରୋହୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଏହାର କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି ।

 ସୂଚନା ମୁତାବକ, ବୌଦ୍ଧ ପୁରୁଣାକଟକ ଅଂଚଳର ଚାରିଛକରେ ବାଇକ ଆରୋହୀ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ବିପରୀତ ଦିଗରୁ ଆସୁଥିବା ଏଖ ପିକଅପ ଭୟାନ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।   ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଏନଏଚ ୫୭ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଉତ୍ୟକ୍ତଙ୍କୁ ବୁଜାସୁଝା କରି ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରୁଛି ।

Subscribe

National International State Sports Entertainment