ଆଜି ବସିବ ଗୃହ କମିଟି ବୈଠକ: ଅଭିଜିତଙ୍କ ହାଜର ନେଇ ଦ୍ୱନ୍ଦ, ସେପଟେ ବାଚସ୍ପତିଙ୍କ ନିକଟକୁ ପଠାଇଲେ କ୍ଷମାପତ୍ର
Khabar Odisha:abhijit-aier-sent-excuse-letter-to-home-committee-odisha
ଭୁବନେଶ୍ୱର, ଅକ୍ଟୋବର ୧୧(ଖବର ଓଡିଶା):

ଓଡିଶାର ସଂସ୍କୃତି, ଐତିହ୍ୟ ଏବଂ ଅସ୍ମିତା ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଗୃହ କମିଟିରେ ହାଜର ହେବା ନେଇ ଅନିଶ୍ଟିତତା ଦେଖାଦେଇଛି । ଆଜି ଅନୁଷ୍ଠିତ ହେବାକୁ ଥିବା ଗୃହ କମିଟି ବୈଠକରେ ହାଜର ହେବା ନେଇ ତାଙ୍କୁ ସୂଚନା ଦିଆଯାଇଥିବା ବେଳେ ଅଭିଜିତ ହାଜର ହେବେ କି ନାହିଁ ସେ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ତିତଲି’ପାଇଁ ଗତକାଲିଠାରୁ ସମସ୍ତ ବିମାନସେବା ଓ ରେଳ ଚଳାଚଳ ବାତିଲ କାରଣରୁ ଅଭିଜିତଙ୍କ ଉପସ୍ଥିତି ନେଇ ଆଶଙ୍କା ଦେଖାଦେଇଛି ।

ଆଜି ଅଭିଜିତ ଗୃହ କମିଟିରେ ହାଜର ହେବାର ସ୍ଥିର ହୋଇଥିଲା । ତେବେ ଅଭିଜିତ ବର୍ତମାନ କେଉଁଠି ଅଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଲି ପାରିନାହିଁ । 

ସୂଚନାଯୋଗ୍ୟ କି, ଗତ ୨୮ରେ ଅଭିଜିତଙ୍କ ବିରୋଧରେ ଗୃହ କମିଟି ସ୍ୱାଧିକାର ଭଂଗ ନୋଟିସ ଜାରି କରିବା ସହ ଆଜି ତାଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମନ ପଠାଯାଇଥିଲା । ମାତ୍ର ଇତି ମଧ୍ୟରେ ଅଭିଜିତ ତାଙ୍କ ମନ୍ତବ୍ୟ ପାଇଁ  ଦୁଃଖପ୍ରକାଶ  କରି ବାଚସ୍ପତି ଓ ସ୍ୱାଧୀକାର ଭଂଗକୁ ନେଇ ଗଠିତ ହୋଇଥିବା ଗୃହ କମିଟିକୁ ଲିଖିତ ଭାବରେ ଜଣାଇଛନ୍ତି ।

ତେବେ ଆଜି ସେ ଗୃହ କମିଟିରେ ହାଜର ନ ହେଲେ ତାଙ୍କ ଚିଠିକୁ ଆଧାର କରି ତର୍ଜମା କରିବା ସହ ପରବର୍ତୀ କାର୍ଯ୍ୟପନ୍ଥା କମିଟି ଗ୍ରହଣ କରିବ ବୋଲି ସୂଚନା ମିଳିଛି । 

କ୍ଷମା ମାଗିଲେ ଆୟାର 

ଗୃହ କମିଟିରେ ହାଜର ହେବାକୁ ଅଭିଜିତ ଆୟାରଙ୍କୁ ସମନ ଜାରି ହୋଇଥିବାବେଳେ ସେ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ଅଭିଜିତ ବାଚସ୍ପତିଙ୍କ ନିକଟକୁ କ୍ଷମାପତ୍ର ପଠାଇଛନ୍ତି । ଗୃହ କମିଟି ବୈଠକ ଆରମ୍ଭ ହୋଇ ଯାଇଥିବାବେଳେ ଅଭିଜିତ ଆୟାର ମିତ୍ରଙ୍କ କ୍ଷମାପତ୍ରକୁ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି ।

  • Tags:

Subscribe

National International State Sports Entertainment