ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣାରୁ ଓଡ଼ିଶା ବଞ୍ଚିତ, କ୍ଷୋଭ ପ୍ରକାଶ କଲା ବିଜେଡ଼ି
Khabar Odisha:The-HLC-approved-the-additional-assistance-from-National-Disaster-Response-Fund-of-3-state-Except-Odisha
ଭୁବନେଶ୍ୱର, ୬ ଡିସେମ୍ବର (ଖବର ଓଡ଼ିଶା):

ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଭରଣା ସହାୟତା ଓଡ଼ିଶାକୁ ଛାଡ଼ି ତିନୋଟି ରାଜ୍ୟକୁ ଦିଆଯାଇଛି। ଏହି ସହାୟତା ପାଇଥିବା ରାଜ୍ୟ ଗୁଡ଼ିକ ହେଲା କେରଳ, ନାଗାଲାଣ୍ଡ ଏବଂ ଆନ୍ଧ୍ରପ୍ରଦେଶ । କେରଳକୁ ୩୦୪୮.୩୯ କୋଟି ଟଙ୍କା ମିଳିଥିବା ବେଳେ ନାଗାଲାଣ୍ଡକୁ ୧୩୧.୧୬ କୋଟି ଟଙ୍କା ଏବଂ ଆନ୍ଧ୍ରକୁ ୫୩୯.୫୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । କେନ୍ଦ୍ର ସରକାର ଏନଡିଆରଏଫରୁ ଏହି ସହାୟତା ଦେଇଛନ୍ତି।  ସହାୟତା ପ୍ରଦାନ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। 

ତେବେ ପ୍ରାକୃତିକ ବିପର୍ଯ୍ୟୟ ତିତଲିରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଓଡ଼ିଶାକୁ ସହାୟତା ମିଳିନାହିଁ। ଏହି କାରଣରୁ କ୍ଷୋଭ ପ୍ରକାଶ କରିଛି ବିଜୁ ଜନତା ଦଳ। କେନ୍ଦ୍ର ସରକାରଙ୍କର ଏହି ଅବହେଳା ବିରୁଦ୍ଧରେ ବିଜେଡ଼ିର ମୁଖପାତ୍ର ସମୀର ରଂଜନ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ତିତିଲିରେ ଓଡ଼ିଶାର ପ୍ରଭୁତ କ୍ଷତି ଘଟିଥିଲା ବେଳେ ଏହାକୁ ସହାୟତା ଦିଆନଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। 

Subscribe

National International State Sports Entertainment