କାମାକ୍ଷାନଗର : ଅଜଣା ଗାଡ଼ି ଧକ୍କାରେ ବାପା ପୁଅ ମୃତ, ନାତି ଗୁରୁତର
Khabar Odisha:State-Odisha-dhenkanal-road-accident
ଢେଙ୍କାନାଳ, ଜାନୁଆରୀ ୧୨(ଖବର ଓଡ଼ିଶା):

ଅଜଣା ଗାଡ଼ି ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାର। ଏକ ଅଜଣା ଗାଡ଼ି ଧକ୍କାରେ ଚାଲି ଯାଇଛି ବାପା-ପୁତ୍ରଙ୍କ ପ୍ରାଣ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଭଦଳିଆ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି।

ସୂଚନା ମୁତାବକ,  ମୃତକ ବାପା-ପୁଅ ସମେତ ତିନି ଜଣ ବାଇକ ଯୋଗେ ଘରକୁ ଫେରୁଥିଲେ। ମାତ୍ର କାମାକ୍ଷାନଗର  କଙ୍କଡ଼ାହାଡ଼ ଥାନା ଭଦଳିଆ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଏଥିରେ ଗୋଟିଏ ପରିବାରର ଦୁଇ ଜଣ ବାପା ,ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ହୋଇଛି । ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛନ୍ତି। ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । 

Subscribe

National International State Sports Entertainment