ଲହଡ଼ି ମାଡ଼ରେ ଧୋଇଗଲା ବାଲିବନ୍ତ, ଚିଲିକାରେ ସୃଷ୍ଟି ହେଲା ଆଉ ଏକ ମୁହାଣ
Khabar Odisha:New-mouth-open-at-chilika
ସାତପଡ଼ା, ଜୁଲାଇ ୧୨(ଖବର ଓଡ଼ିଶା) :

ଚିଲିକାରେ ଆଉ ଏକ ମୁହାଣ ସୃଷ୍ଟି ହୋଇଛି । ଏହି ମୁହାଣ ଅରଖକୁଦା ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଅରଖକୁଦା ନିକଟସ୍ଥ ଚଡ଼ଚଡ଼ି ଠାରେ ବୁଧବାର ଏକ ପ୍ରାକୃତିକ ମୁହାଣ ଖୋଲିଛି । ସମୁଦ୍ର ଓ ଚିଲିକାକୁ ଦୁଇ ଭାଗ କରି ରଖିଥିବା ଏକ ବିଶାଳ ବାଲିବନ୍ତ ଲହଡ଼ି ମାଡ଼ରେ ଧୋଇ ହୋଇଯାଇ ଏକ ମୁହାଣ ସୃଷ୍ଟି କରିଛି । ଏହି ମୁହାଣ ଦେଇ ସମୁଦ୍ର ପାଣି ଚିଲିକାରେ ପ୍ରବେଶ କରୁଛି । କିନ୍ତୁ ଚିଲିକାର ପାଣି ସମୁଦ୍ରକୁ ଯାଉନାହିଁ । ଚିଲିକାରୁ ପାଣି ଯଦି ସମୁଦ୍ରକୁ ଯିବ ତେବେ ଛୋଟ ଆକାରରେ ଥିବା ଏହି ମୁହାଣ ଚଉଡ଼ା ହୋଇ ଭୟଙ୍କର ବିପତ୍ତି ଆଣିଦେବ । ଚିଲିକାରେ ଆଗରୁ ତିନୋଟି ମୁହାଣ ସୃଷ୍ଟି ହୋଇଥିଲା । ଚିଲିକା ଓ ସମୁଦ୍ର ମଧ୍ୟରେ ଥିବା ପାରମ୍ପରିକ ବାଲିବନ୍ତ ଗୁଡ଼ିକୁ ସୁରକ୍ଷିତ କରାଯିବା ପଦକ୍ଷେପ ନିଆନଗଲେ ଚିଲିକାକୁ ସମୁଦ୍ର ଗ୍ରାସ କରିଦେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବିମାନେ ଆଶଙ୍କା ପ୍ରକଟ କରିଛନ୍ତି । 

  • Tags:

Subscribe

National International State Sports Entertainment