ଓଡ଼ିଶା ଆସୁଛନ୍ତି ମୋଦି ଓ ରାହୁଲ
Khabar Odisha:Narendra-Modi-and-Rahul-gandhi-will-come-odisha
ଭୁବନେଶ୍ୱର, ଡିସେମ୍ବର ୬ (ଖବର ଓଡ଼ିଶା):

ଡିସେମ୍ବର ଶେଷ ଆଡ଼କୁ କମ୍ପିବ ବିରୋଧୀ ଦଳଙ୍କ କାର୍ଯ୍ୟାଳୟ । ଉଭୟ ବିଜେପି ଓ କଂଗ୍ରେସର ଦୁଇ ହେଭିୱେଟ୍‌ ନେତା ଓଡ଼ିଶା ଗସ୍ତରେ ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ ବୋଲି ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି । ସେହିପରି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । 

ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ରାଜନୈତିକ ଦଳଙ୍କର ଫୋକସ୍‌ରେ ରହିଛି ଓଡ଼ିଶା । ୧୮ ବର୍ଷ ଧରି ଗାଦି ମାଡ଼ି ବସିଥିବା ନବୀନ ସରକାରକୁ ହଟାଇବାକୁ ଉଭୟ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବେ । ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଏକ ବିଶାଳ ସମାବେଶ ସେ ଯୋଗ ଦେବେ । ଆଜି କଟକ ନିଶ୍ଚିନ୍ତକୋଇଲି ପଦଯାତ୍ରରେ ଯୋଗ ଦେଇ ପ୍ରଭାରୀ ଅରୁଣ ସିଂ କହିଛନ୍ତି । 

ସେହିପରି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ କେଉଁ ଦିନ ଆସିବେ ସ୍ଥିର ହୋଇ ନ ଥିବାବେଳେ ଦୁଇ ଦିନିଆ ଗସ୍ତରେ ଆସିବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ଆସନ୍ତା ଡିସେମ୍ବର ୨୨,୨୩ କିମ୍ବା ୨୭,୨୮ରେ ରାହୁଲ ଆସିବେ । ସେ କଂଗ୍ରେସ କର୍ମୀମାନଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି ।

Subscribe

National International State Sports Entertainment