କୋର୍ଟଙ୍କ ଜାମିନ ପରେ ୪୪ ଦିନ ପରେ ମୁକ୍ତ ହେଲେ ଅଭିଜିତ୍
Khabar Odisha:Journalist-Abhijit-Iyer-discharged-from-hospital-after-getting-bail-from-Konark
ଭୁବନେଶ୍ୱର, ଡିସେମ୍ବର୦୬(ଖବର ଓଡ଼ିଶା):

ଗତକାଲି ହାଇକୋର୍ଟ ଓ ଆଜି ଦୁଇ ନିମ୍ନ କୋର୍ଟରୁ ଜାମିନ ମିଳିବା ପରେ  ଦୀର୍ଘ ୪୪ ଦିନ ପରେ ଜେଲ ଦଣ୍ଡାଦେଶରୁ ମୁକ୍ତ ହୋଇଛନ୍ତି ଅଣ ଓଡ଼ିଆ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର। କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆୟର ଭୁବନେଶ୍ୱରରୁ ସିଧା ଚିନ୍ନାଇ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଚେନ୍ନାଇରେ ରହୁଥିବା ନିଜ ମା’ଙ୍କ ପାଖକୁ ଅଭିଜିତ୍ ଯିବେ ବୋଲି ଆୟରଙ୍କ ଓକିଲ ସୂଚନା ଦେଇଛନ୍ତି। 

ଓଡିଶାର ସଂସ୍କୃତି, ପରମ୍ପରା ଓ ଓଡିଆଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଣ ଓଡ଼ିଆ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଗତକାଲି ହାଇକୋର୍ଟରୁ ଜାମିନ୍ ମିଳିବା ପରେ ଆଜି କୋଣାର୍କ ଓ ଭୁବନେଶ୍ୱର ଜେଏମଏଫସି କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଥିଲା। ଦୁଇଟି ତଳ କୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ଜେଲ୍‌ କର୍ତ୍ତୃପକ୍ଷ ଗୁରୁବାର ସଂଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କଡ଼ା ସୁରକ୍ଷା ମଧ୍ୟରେ ଅଭିଜିତଙ୍କ ମୁକୁଳିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। 

ସୂଚନାଯୋଗ୍ୟ, ଅଭିଜିତ୍ ଆୟାର ମିତ୍ରଙ୍କ ଓଡିଶାର ଐତିହ୍ୟ ପ୍ରତି ଅରୁଚିକର ମନ୍ତବ୍ୟକୁ ନେଇ ଭୁବନେଶ୍ୱର ଶହୀଦ ନଗର ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷେ ବିଧାୟକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ବିଧାନସଭା ଗୃହ କମିଟି ପକ୍ଷରୁ ନୋଟିସ କରାଯାଇଥିଲା। ଏହି ମାମଲାରେ ଅଭିଜିତ୍ ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ମାଗିବା ପରେ ଗତ ୧୬ ତାରିଖରେ କମିଟି ତାଙ୍କୁ କ୍ଷମା ଦେଇଥିଲା। ଏହାପରେ ସଙ୍ଗେସଙ୍ଗେ ଅନ୍ୟ ଦୁଇଟି ମାମଲାରେ ଶହୀଦ ନଗର ଥାନା ପୋଲିସ ଅଭିଜିତଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଆଧାରରେ ତାଙ୍କୁ ଗିରଫ କରିଥିଲା। ଜାମିନ ନମିଳିବାରୁ ତାଙ୍କୁ ଗତ ଅକ୍ଟୋବର ୨୩ରୁ ଜେଲ ପଠାଇ ଦିଆଯାଇଥିଲା। ଝାରପଡ଼ା ଜେଲରେ ଥିବା ସମୟରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ୨ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ପ୍ରକାଶ ଥାଉକି, ଭୁବନେଶ୍ୱର ଏସଡିଜେଏମ ଅଦାଲତରେ ବିଚାରାଧୀନ ମାମଲା ସହିତ କୋଣାର୍କ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡ଼ି ଅଭିଜିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦୁଇଟି ପୃଥକ ଆବେଦନ ଦାୟର କରିଥିଲେ। ହାଇକୋର୍ଟ ମଧ୍ୟ ତାଙ୍କୁ ବୁଧବାର ଜାମିନ ପ୍ରଦାନ କରିଥିଲେ। ସେହିପରି ଅଭିଜିତ ତାଙ୍କ ଉପରୁ ସମସ୍ତ ଫୌଜାଦାରୀ ମାମଲା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।ଏହାର ବିଚାର କରି ମଙ୍ଗଳବାର ରାଜ୍ୟ ସରକାର ତାଙ୍କୁ କ୍ଷମା ପ୍ରଦାନ କରିଥିଲେ।    

Subscribe

National International State Sports Entertainment