ବିଶ୍ୱ ହକି କପ୍ ସମ୍ପର୍କୀତ ସୂଚନା ପ୍ରଦାନରେ ରାଜ୍ୟ ସରକାର ବିଫଳ, ଜାନୁଆରୀ ୧୭ ତାରିଖରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସମ୍ମୁଖରେ ବିକ୍ଷୋଭ କରିବ ସୂଚନା ଅଧିକାର ଅଭିଯାନ
Khabar Odisha:Hockey-World-cup-Odisha-Government
ଭୁବନେଶ୍ୱର, ୧୨ ଜାନୁଆରୀ (ଖବର ଓଡିଶା)-

 ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ଏବଂ "ପିଠା’ ଯୋଜନା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପାଇଁ ନୁହେଁ ବରଂ ଜନସାଧାରଣଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ । ରାଜ୍ୟ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରଖିବା ପାଇଁ ପ୍ରଣୀତ ସୂଚନା ଅଧିକାର ଆଇନକୁ ଅକାମୀ କରିଦେବାପାଇଁ ପ୍ରଶାସନିକ ଅଧିକାରୀମାନେ ସମସ୍ତ ଷଡ଼ଯନ୍ତ୍ର କରିବା ସହ ତଥ୍ୟ ପ୍ରଦାନ କରୁନାହାନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ ହୋଇଛି ।

ଓଡିଶା ସୂଚନା ଅଧିକାର ଅଭିଯୋଗ ଅନୁସାରେ ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ସୂଚନା ଅଧିକାର ଆଇନ ବଳରେ ବିଶ୍ୱ ହକି କପ୍ ସମ୍ପର୍କିତ ଅନେକ ତଥ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ମଗାଯାଇଥିଲା । କିନ୍ତୁ ଉକ୍ତ ବିଭାଗ ୩୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ତଥ୍ୟ ଦେଉନାହିଁ । ବିଶ୍ୱ ହକି କପ୍ ସମ୍ପର୍କୀତ ସମସ୍ତ ସୂଚନା ଲୁଚାଇବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ।

ଗତ ତା ୦୩.୧୨.୨୦୧୮ରିଖରେ କେନ୍ଦ୍ରାପଡ଼ା ଜିଲ୍ଳାର ସୂଚନାଧିକାର କର୍ମୀ ପ୍ରତାପ ମହାନ୍ତି ଉକ୍ତ ବିଭାଗକୁ ହକି ଖେଳ ପାଇଁ କେଉଁ କେଉଁ ସୂତ୍ରରୁ କେତେ ଅର୍ଥ ଆସିଛି, କେତେ ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥାକୁ କେତେ ଅର୍ଥ ଅଗ୍ରୀମ ଦିଆଯାଇଛି, କେଉଁ କେଉଁ ହୋଟେଲରେ ଅତିଥିମାନେ ରହିଥିଲେ, କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ତଥ୍ୟ ମାଗିଥିଲେ । ଗତ ତା ୦୩.୦୧.୨୦୧୯ରିଖରେ ଜନ ସୂଚନା ଅଧିକାରୀ ହକି କପ୍ ଖର୍ଚ୍ଚର ହିସାବପତ୍ର ସରି ନଥିବାରୁ ଏହି ତଥ୍ୟ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇଥିଲେ । ସେହିପରି ତା ୦୬.୧୨.୨୦୧୮ରେ ପ୍ରଦୀପ ପ୍ରଧାନ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ହକି କପ୍ ଖେଳ ପାଇଁ ହକି ଇଣ୍ଡିଆ କେତେ ଅର୍ଥ ଦେଇଛି, ହକି ଇଣ୍ଡିଆ ସହିତ ଓଡ଼ିଶା ସରକାରଙ୍କ ସହିତ ହୋଇଥିବା ଚିଠିର ଆଦାନପ୍ରଦାନ, କେଉଁ କେଉଁ କର୍ପୋରେଟ୍ ହାଉସ୍ କେତେ ଅର୍ଥ ଦେଇଛନ୍ତି, ତାର ତଥ୍ୟ ମଗାଯାଇଥିଲା । ତା ୦୮.୦୧.୨୦୧୯ରିଖରେ ଜନ ସୂଚନା ଅଧିକାରୀ ବିଶ୍ୱ ହକି କପ୍ର ହିସାବ ପତ୍ର ସରିନାହିଁ, ତେଣୁ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି ଦର୍ଶାଇ ଦରଖାସ୍ତଟିକୁ ଖାରଜ କରି ଦେଇଛନ୍ତି ।

ଯେହେତୁ ହକି ପାଇଁ ଆସିଥିବା ଅର୍ଥର ବ୍ୟାପକ ହେରଫେର ଏବଂ ଦୁରୁପଯୋଗ କରାଯାଇଛି, ଏବଂ ଅର୍ଥ ହରିଲୁଟ୍ ହୋଇଛି । ସେଥିପାଇଁ ଏହି ବିଭାଗର ଅମଲାମାନେ ଏହି ସବୁ ତଥ୍ୟ ଜାଣିଶୁଣି ପ୍ରଦାନ କରୁନାହାନ୍ତି ଏବଂ ଏହି ସବୁ ତଥ୍ୟ ଲୁଚାଇ ରଖୁଛନ୍ତି । ତେଣୁ ବିଶ୍ୱ ହକି କପ୍ ପାଇଁ ଆଦାୟ ଅର୍ଥ, ଖର୍ଚ୍ଚର ହିସାବ ସର୍ବସାଧାରଣରେ ପ୍ରକାଶ କରିବା ଦାବିରେ ଓସା ତରଫରୁ ଆଗାମୀ ଜାନୁଆରୀ ୧୭ ତାରିଖରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଏକ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି  । ସୂଚନା କମିଶନଙ୍କ ଏ ସମ୍ପର୍କିତ ଅଭିଯୋଗର ଶୁଣାଣି କରି ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ଦାବି ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ସୁଧୀର ମହାନ୍ତି, ସାମାଜିକ କର୍ମୀ ଅଶୋକ ନନ୍ଦ, ବିଶିଷ୍ଟ ବସ୍ତି ନେତା ପ୍ରତାପ କୁମାର ସାହୁ, ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ସଞ୍ଜୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ପ୍ରତାପ ମହାନ୍ତି, ସଞ୍ଜୟ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Subscribe

National International State Sports Entertainment