ରାଜ୍ୟ କଂଗ୍ରେସ କମିଟିର ଇସ୍ତାହାର କମିଟି ଘୋଷଣା: ଶ୍ରୀକାନ୍ତଙ୍କ ଜାଗା ନେଲେ ଗଣେଶ୍ୱର
Khabar Odisha:Ganeswar-Behera-Replaces-Srikant-Jena-As-Manifesto-Committee-Chairman
ଭୁବନେଶ୍ୱର,ଡିସେମ୍ବର ୦୬(ଖବର ଓଡ଼ିଶା):

 ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଅଲ୍ ଇଣ୍ଡିଆ ପ୍ରଦେଶ କମିଟି(ଏଆଇସିସି) ଗୁରୁବାର ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ଘୋଷଣା କରିଛି। ଏହି କମିଟିର ଅଧ୍ୟକ୍ଷ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ହଟାଯାଇଥିବା ବେଳେ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି। ଗଣେଶ୍ୱରଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଘୋଷିତ ହୋଇଛି। 

ଶ୍ରୀ ବେହେରାଙ୍କୁ ବାଦ ଦେଲେ ଏହି କମିଟିର ସଦସ୍ୟ ଅଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ଓପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସନ୍ଦା, ମେରି ସୁରିନ, ନଟବର ଖୁଣ୍ଟିଆ, ଲିଆକତ ଅଲ୍ଲୀ ଓ ସତ୍ୟପ୍ରକାଶ ନାୟକ । ସେହିପରି ବିସ୍ମୟ ମହାପାତ୍ର ଇସ୍ତାହାର କମିଟିର ଆବାହକ ଦାୟିତ୍ୱ ତୁଲାଇବେ। ଇସ୍ତାହାର କମିଟି ଘୋଷଣା ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସବୁ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି। ମିଳିମିଶି କାମ କରି ଶ୍ରେଷ୍ଠ ଇସ୍ତାହାର ଦେବାକୁ ସେ ଆହ୍ୱାନ କରିଛନ୍ତି।   

Subscribe

National International State Sports Entertainment