ଚର୍ଚ୍ଚାରେ ସାତକୋଶିଆ ‘ସୁନ୍ଦରୀ’: ସ୍ଥାନାନ୍ତର ନେଇ କୌଣସି ନିଷ୍ପତି ହୋଇ ନ ଥିବା କହିଲେ ଜଙ୍ଗଲ ମନ୍ତ୍ରୀ
Khabar Odisha:Forest-minister-said-sundari-not-sent-to-back
ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

ସାତକୋଶିଆର ‘ସୁନ୍ଦରୀ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ବାଘୁଣୀ ସୁନ୍ଦରୀ ପୁର୍ନବାର ବାନ୍ଧବଗଡ଼କୁ ଫେରିଯିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସ୍ଥାନୀୟ ପ୍ରଶାସନ ଏ ନେଇ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସ୍ପଷ୍ଟ କରିଛନ୍ତି । 

ମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କୁ ସୁନ୍ଦରୀ ମାରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ । ଏ ନେଇ  ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ଅବଗତ କରାଯାଇଛି । ପବବର୍ତ୍ତୀ ପଦକ୍ଷେପ ସେମାନେ ନେବେ । ସୁନ୍ଦରୀକୁ ସ୍ଥାନାନ୍ତର କରାଯିବା ନେଇ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତିରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏ ଘଟଣାରେ ସ୍ଥାନୀୟ ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ ବରଂ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ନିଷ୍ପତ୍ତି ନେବ । ତେବେ ସୁନ୍ଦରୀର ଆକ୍ରମଣକୁ ନେଇ ସ୍ଥାନୀୟ ଲୋକ କରିଥିବା ହିଂସାକାଣ୍ଡକୁ ମନ୍ତ୍ରୀ ନିନ୍ଦା କରିଛନ୍ତି । ରେଞ୍ଜ ଅଫିସକୁ ପୋଡ଼ାଜଳା କରିବା ଠିକ୍‌ ହୋଇନି ବୋଲି ଶ୍ରୀ ରାଉତରାୟ କହିଛନ୍ତି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ଦିନ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗାଁ କିସନ ସାଏଙ୍କ ସ୍ତ୍ରୀ କୈଳାସୀ ସାଏଙ୍କୁ ସୁନ୍ଦରୀ ଆକ୍ରମଣ କରିଥିଲା । ଏହା ପରେ ସେ ମୃତ୍ୟୁ ବରଣ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଭଙ୍ଗାରୁଜା କରିବା ସହିତ ରେଞ୍ଜ ଅଫିସରେ ନିଆଁ ଲଗାଦେଇଥିଲେ ଏବଂ ସ୍ଥାନାନ୍ତର ନ କରାଗଲେ ବାଘୁଣୀକୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ୪ ଲକ୍ଷ ୬୦ ହଜାର କ୍ଷତିପୂରଣ ଦେବା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ବାଘୁଣୀ ପୁଣି ଥରେ ବାନ୍ଧବଗଡ଼କୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ । 

  • Tags:

Subscribe

National International State Sports Entertainment