ମାଟ୍ରିକ ପରୀକ୍ଷା ପାଇଁ କିପରି କରିବେ ପ୍ରସ୍ତୁତି ,ଆସନ୍ତୁ ଜାଣିବା କିଛି ଟିପ୍ସ
Khabar Odisha:Education-Odisha-matric-exam-tips
ଭୁବନେଶ୍ୱର ,ଜାନୁଆରୀ ୧୩ (ଖବର ଓଡ଼ିଶା):

 ଦଶମ ଶ୍ରେଣୀ ପିଲାମାନେ ହେଲେ କଞ୍ଚାମାଟି । ଯେମିତି ଗଠନ କରିହେବ କ୍ୟାରିଅର ସେଇ ଦିଗରେ ଗତି କରିବ । ସମସ୍ତେ ଚାହାନ୍ତି କଲେଜ ଯିବେ ପାଠ ପଢି ଚାକିରିଟିଏ କରିବେ । ଦଶମ ଶ୍ରେଣୀ ପରେ କିଏ କେଉଁ ବିଷୟ ନେଇ ପଢିବ ତାହା ଆଗକୁ ଜଣାପଡ଼ିବ । ପାଖେଇ ଆସୁଛି ମାଟ୍ରିକ ପରୀକ୍ଷା । ବୋର୍ଡ଼ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେମିତି କରିବେ ପ୍ରସ୍ତୁତି । ଦିନରେ କେତେ ସମୟ ପଢିବେ ଓ କିପରି କରିବେ ଟାଇମଟେବୁଲ ।

 ପରୀକ୍ଷା ପୂର୍ବପ୍ରସ୍ତୂୁତି ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ 

୧ . ଦଶମ ଶେଣୀ ପରୀକ୍ଷା ପାଇଁ ବର୍ଷ ଆରମ୍ଭରୁ କିଛି ଟାଇମ ଟେବୁଲ ବନାଇବା ଆବଶ୍ୟକ । କେଉଁ ସମୟରେ କେଉଁ ବିଷୟ ପଢିବେ ତାହାର ତାଲିକା ପ୍ରସ୍ତୁତ କରନ୍ତୁ । 

୨. ପିଲାଟି ଦିନକୁ ପ୍ରାୟ ସ୍କୁଲ ସମୟ ବାଦ ପାଞ୍ଚରୁ ଛଅ ଘଣ୍ଟା ପରିଶ୍ରମ କରିବା ଦରକାର । ସ୍କୁଲ ଅର୍ଦ୍ଧବାର୍ଷିକ ପରୀକ୍ଷା ପରେ ଛୁଟିରେ ଆଠ ରୁ ନଅ ଘଣ୍ଟା ପଢିବା ନିତାନ୍ତ ଆବଶ୍ୟକ ।

୩.  ରାତି ପ୍ରାୟ ୧୧ଟା ସୁଦ୍ଧା ପାଠ ଶେଷ କରି ଶୋଇ ଭୋର ସକାଳୁ ଉଠି ପାଠ ପଢିବା ଦ୍ୱାରା ବିଷୟଟି ମନେ ରୁହେ ।  ସକାଳ ଚାରିଟା ରେ ଉଠି ପାଠ ପଢିଲେ ଭଲ ମନେରୁହେ । 

୪. ସବୁ ବିଷୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । କେଉଁ ବିଷୟଟି କେତେ ସମୟ ଧରି ପଢିବା ଦରକାର ତାହା ଜାଣିବା ଉଚିତ  । ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ଗୋଟିଏ ପାଠ୍ୟକ୍ରମ ସୂଚୀ ଅନୁସାରେ ଶେଷ କରନ୍ତୁ ।

୫. ସକାଳୁ ପଢିବା ସମୟରେ ଅଙ୍କ କଷିବା ଆବଶ୍ୟକ । ପରେ ବିଜ୍ଞାନ ବିଷୟ ପଢିବା ଦରକାର । 

୬. ଆଜିକାଲି ପିଲାମାନେ ଅନେକ ସମୟ ଟିଭି ଓ ମୋବାଇଲରେ କଟାଉଛନ୍ତି । ଏହା ପାଠ ଉପରେ ପ୍ରଭାବ ପକାଇପାରେ । ତେଣୁ ମାଟ୍ରିକ ପରୀକ୍ଷା ସମୟରେ ଟିଭି , ସୋସିଆଲ ମିଡ଼ିଆ ଠାରୁ ନିବୃତ ରହଲେ ଭଲ । 

୭. ପାଠ ପଢିବା ସହ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ଜରୁରୀ । ଏହି ସମୟରେ ଯେପରି କୋ÷ଣସି ପ୍ରକାର ଦେହ ଖରାପର ପ୍ରଭାବ ପାଠ ଉପରେ ନପଡ଼େ ।

୮. ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରତିଟି ବିଷୟ ଭଲ ଭାବେ ପଢି ପୁଣି ପୂନରାବୃତ କରିବା ଦ୍ୱାରା ଭଲ ଭାବେ ବୁଝି ହୁଏ ଏବଂ ପରୀକ୍ଷାରେ ଲେଖିବା ବେଳେ ମନେପଡ଼େ ।

୯.  କୋ÷ଣସି ବିଷୟ ବୁଝି ନ ପାରୁଥିଲେ ଶିକ୍ଷକଙ୍କୁ ପଚାରିବୁଝିବା ଏବଂ  ବାରମ୍ବାର ପଢି ସେହି ବିଷୟଟିକୁ ବୁଝିବାକୁ ଚେଷ୍ଟା କରିବା ଜରୁରୀ ।

୧୦. ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ଅଭିଭାବକ ମଧ୍ୟ ପିଲାଙ୍କ ପାଠପଢା ପ୍ରତି ଦୃଷ୍ଟି ଦେବା ଦରକାର । ଶିକ୍ଷକଶିକ୍ଷୟତ୍ରୀ ମଧ୍ୟ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ସେମାନଙ୍କୁ ଉପଯୁକ୍ତ ପରିଶ୍ରମ କରିବାକୁ ଉତ୍ସାହିତ କରିବା ଜରୁରୀ ।

Subscribe

National International State Sports Entertainment