ସୀମା ଟପିଲା ବର୍ବରତା : ଯୌତୁକ ପାଇଁ ନିଆଁରେ ପୋଡି ବଧୂକୁ ହତ୍ୟା କଲେ ଶାଶୁ, ଶ୍ୱଶୁର ଓ ସ୍ୱାମୀ
Khabar Odisha:Dowry-System-Effect-Woman-brunt-alive-in-khordha
ଖୋର୍ଦ୍ଧା, ଜୁଲାଇ ୧୨(ଖବର ଓଡ଼ିଶା):

ଯୌତୁକ ନିର୍ଯ୍ୟାତନା ବିରୋଧରେ ହୋଇସାରିଛି କଡାକଡି ଆଇନ୍। ସରକାରଙ୍କ ସହିତ ବିଭିନ୍ନ ସାମାଜିକ ସଙ୍ଗଠନ ଓ ସମାଜସେବୀ ମଧ୍ୟ ଯୌତୁକ ପ୍ରଥା ଉଚ୍ଛେଦ ପାଇଁ ସାରା ଦେଶରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରେ ସାମାନ୍ୟ ଯୌତୁକ ପାଇଁ ବୋହୂ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ହତ୍ୟା କରିବା ଘଟଣା ମଣିଷତ୍ୱର ସବୁ ସୀମାକୁ ଲଙ୍ଘିଛି । 

ବେଗୁନିଆର ଡିଙ୍ଗର ଗାଁରେ ଏହି ଲୋମହର୍ଷଣକରୀ ଘଟଣା ଘଟିଛି। ଗ୍ରାମର ଏକ ନବ ବଧୂକୁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି କିରୋସିନୀ ଢ଼ାଳି ଜିଅନ୍ତା ପୋଡି ହତ୍ୟା କରିଛନ୍ତି । ଅଗ୍ନୀକୁ ସାକ୍ଷୀରଖି ଯେଉଁ ସ୍ୱାମୀ ତାକୁ  ହାତ ଧରି ନୂଆ ଘର ସଂସାର ତିଆରି କରି ସାରା ଜାବନ ପାଇଁ ସୁଖରେ ରଖିବ ବୋଲି ଆଣିଥିଲା, ଆଜି ସେ ଜହ୍ଲାଦ ପାଲଟିଥିବା ଦେଖିବାକୁ ମିଳିଛି। ନିଆଁରେ ପୋଡି ହୋଇ ମହିଳାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୁତ୍ୟୁ ପୂର୍ବରୁ ମହିଳା ଜଣକ ପୋଲିସକୁ ବୟାନ ଦେଇଥିଲେ ଯେ ଯୌତୁକ ପାଇଁ ଶାଶୁ, ଶ୍ୱଶୁର ସ୍ୱାମୀଙ୍କ ସହ ମିଶି ତାଙ୍କୁ ଜିଅନ୍ତା ପୋଡି ଦେଇଥିଲେ।  

ମହିଳାଙ୍କର ବାପା ଓ ମାଆ ବେଗୁନିଆ ଥାନାରେ ଏନେଇ ଅଭିଯୋଗ କରିଥିବା ବେଳେ ମହିଳାଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏଭଳି ଘଟଣାକୁ ସମସ୍ତ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।  

  • Tags:

Subscribe

National International State Sports Entertainment