ଅନ୍ଧବିଶ୍ୱାସର କୁପରିଣତି: ପୂଜାର୍ଚ୍ଚନା ବେଳେ ନିଆଁକୁ ଖସିପଡିଲେ ଦିବ୍ୟାଙ୍ଗ ଯୁବକ, ୬ଦିନ ପରେ ମେଡିକାଲରେ ଭର୍ତ୍ତି
Khabar Odisha:Dibyang-priest-hung-upside-down--being-burnt-during-a-secret-ritual
ବାଲିଗୁଡା, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

 ଏକବିଂଶ ଶତାବ୍ଦୀରେ ମଧ୍ୟ ଲୋକେ ରୋଗର ଚିକିତ୍ସା ପାଇଁ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଆପଣେଉଛନ୍ତି। ପୁଣି ଥରେ କନ୍ଧମାଳର ବାଲିଗୁଡା ଭଗାମୁଣ୍ଡା ସ୍ଥିତ ମହାମାୟୀ ମନ୍ଦିରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।  ସେହି ଗାଁର ଦିବ୍ୟାଙ୍ଗ ଯୁବକ ଭବାନୀ ଶଙ୍କର ନନ୍ଦଙ୍କୁ ଝାମୁଯାତ୍ରା ନିଆଁ ଉପରେ ଟଙ୍ଗାଇ ପୂଜାର୍ଚ୍ଚନା କରାଯିବା ସମୟରେ ସେ ନିଆଁକୁ ଖସି ପଡିବାରୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଘଟିବାର ୬ ଦିନ ପରେ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି।   

ଭବାନୀଙ୍କୁ ଦିବ୍ୟାଙ୍ଗରୁ ମୁକ୍ତି ଦେବା ପାଇଁ ପରିବାର ଲୋକେ ମାନସିକ କରି ତାଙ୍କୁ ମନ୍ଦିରରେ ରଖି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ। ଗତ ଶନିବାର ଦିନ ନିଆଁ ଉପରେ ଭବାନୀଙ୍କୁ ଟଙ୍ଗାଯାଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସେ ହଠାତ୍ ତଳକୁ ଖସିପଡିଥିଲେ। ଫଳରେ ନିଆଁରେ ତାଙ୍କର ଅର୍ଦ୍ଧେକ ଶରୀର ପୋଡି ଯାଇଥିଲା। ମାତ୍ର ତାଙ୍କୁ ମେଡିକାଲକୁ ନନିଆଯାଇ ସେଠାରେ ତାଙ୍କ ପୂର୍ବଭଳି ପୂଜାର୍ଚ୍ଚନା ଜାରି ରହିଥିଲା। 

ତେବେ ଯୁବକ ଜଣକ ପୋଡି ହୋଇ ଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇବା ପରେ ସେଠାକାର ପୋଲିସ ଆଜି ମନ୍ଦିରରେ ଚଢଉ କରି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତି କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।  

  • Tags:

Subscribe

National International State Sports Entertainment