ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ନବୀନଙ୍କ ରାଜନୈତିକ ସୁଆଙ୍ଗ: ଧର୍ମେନ୍ଦ୍ର
Khabar Odisha:Dharmendra-Pradhan-reacts-on-women-seat-reservation-issue
ନୂଆଦିଲ୍ଲୀ, ଡିସେମ୍ବର ୬ (ଖବର ଓଡ଼ିଶା):

ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଖେଳିଥିବା ମହିଳା କାର୍ଡକୁ ନେଇ ଆଲୋଚନା ଜୋର୍‌ ଧରିଛି । ଶାସକ ବିଜେଡ଼ି ୨୨ଟି ଦଳକୁ ଭେଟିବାକୁ ଯେଉଁ ନିଷ୍ପତ୍ତି ନେଇଛି ତାହା ମହିଳାଙ୍କ ନାମରେ ଏକ ରାଜନୀତି ବୋଲି କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଏକ କେବଳ ରାଜନୈତିକ ସୁଆଙ୍ଗ । 

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନେଇ ସମସ୍ତ ଦଳମାନଙ୍କର ମତ ସ୍ପଷ୍ଟ ରହିଛି । ବିଭିନ୍ୟ ସମୟରେ ଏ ନେଇ ଲୋକସଭା ଏବଂ ରାଜ୍ୟସଭାରେ ବିତର୍କ ହୋଇ ଯୁକ୍ତି ଉପସ୍ଥାପିତ ହୋଇଛି । ମାତ୍ର ବିଜେଡ଼ିର ଭୂମିକା କ’ଣ ରହିଛି ତାହା ବିଗତ ଦିନମାନଙ୍କରେ ସଂସଦରେ ହୋଇଥିବା ଆଲୋଚନା ଅନୁଧ୍ୟାନ କଲେ ସ୍ପଷ୍ଟ ବାରି ହୋଇପଡ଼ୁଛି । ଯଦି କେହି କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ଚାହିଁବ ତାହାଲେ ତାହା ଆଖିରେ ଲୁହ ବି ସରିବନି ବୋଲି ଆଜି କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 

ସେହିପରି ସେ କହିଛନ୍ତି, ବାହାଘର ବେଳେ ବାଇଗଣ ରୋଇବା ଏକ ରାଜନୈତିକ ପଇଁତରା ବାଜି । ଏହାକୁ ଓଡ଼ିଶାର ଜନତା ବୁଝୁଛନ୍ତି । ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ରାଜ୍ୟରେ ଏବେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସଂପର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ପୁଣି କୁନ୍ଦୁଲି ପ୍ରସଙ୍ଗକୁ ଦୋହରାଇଛନ୍ତି । କୁନ୍ଦୁଲି ଦୁଃଖ ଓଡ଼ିଶାର ମା’ ଭଉଣୀମାନେ ଭୁଲି ନାହାଁନ୍ତି । ସେହିପରି ବର୍ତ୍ତମାନ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଲଟିକିରି ସେଲଟର୍‌ ହୋମ୍‌ର କାରନାମା । ଆଶ୍ରମରେ ସରକାରଙ୍କ ନାକ ତଳେ ଓ ପୃଷ୍ଠ ପୋଷକତାରେ ଯେଉଁଭଳି ଭାବେ ୨୬ ଟି ଜାଗାରେ ଗୋଟିଏ ସଂସ୍ଥା ଝିଅମାନଙ୍କୁ ଅତ୍ୟାଚାର କରିବାର ଚିତ୍ର ମିଳିଲା । ସେ ସରକାର ମହିଳାଙ୍କ ନାମରେ ସଂରକ୍ଷଣ ନେଇ ରାଜନୀତି କରିବା ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ପ୍ରଧାନ ସିଧାସିଳଖ ଜବାବ ରଖିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଶାସକ ବିଜେଡ଼ି ଦଳ ବିଧାନସଭା ଓ ସଂସଦରେ ମହିଳା ପାଇଁ ୩୩ ପ୍ରତିଶତ ଆସନ ସରଂକ୍ଷଣ ନେଇ ୨୨ଟି ଦଳକୁ ଭେଟିବ ବୋଲି ନିଷ୍ପତ୍ତି ନେଇଛି ।

Subscribe

National International State Sports Entertainment