ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ ଆଡ଼କୁ ମୁହାଁଉଛି ତିତ୍‌ଲି, ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
Khabar Odisha:Cyclone-Titli-Odisha
ଭୁବନେଶ୍ୱର, ୧୧ ଅକ୍ଟୋବର (ଖବର ଓଡ଼ିଶା):

ଅତି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ତିତଲି ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ ଆଡ଼କୁ ମୁହାଁଇଥିବା ବେଳେ କ୍ରମେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରିପୋର୍ଟ ଲେଖାଯିବା ସୁଦ୍ଧା ଗୋପାଳପୁରଠାରୁ ୧୧୦ କିଲୋମିଟର ପଶ୍ଚିମରେ ତିତ୍‌ଲି ଥିବା ବେଳେ ଆଜି ମଧ୍ୟରାତ୍ରି ସୁଦ୍ଧା ଗଭୀର ଅବପାତର ରୂପ ନେବ ବୋଲି ଜଣାପଡ଼ିଛି।   

ସେହିପରି ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ରେ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଯାଏ ସମୁଦ୍ରକୁ ନଯିବାକୁ ଧୀବରଙ୍କୁ ସତର୍କ ସୂଚନା ଦିଆଯାଇଛି।

ଗୁରୁବାର ସକାଳ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ନିକଟରେ ୧୯.୦ଡ଼ିଗ୍ରୀ ଅକ୍ଷାଂଶ ଏବଂ ୮୪.୧ ଡ଼ିଗ୍ରୀ ଦ୍ରାଘୀମା ରେଖା ନିକଟରେ ଅବସ୍ଥିତ ଥିଲା । ତାହା ଗୋପାଳପୁର ନିକଟରୁ ଦକ୍ଷିଣ ପଶ୍ଚିମ ଦିଗକୁ ୯୦ କିଲୋମିଟର ଏବଂ ଏବଂ ଫୁଲବାଣୀର ଦକ୍ଷିଣ ଦକ୍ଷିଣପୂର୍ବ ଦିଗଠାରୁ ୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । 

Subscribe

National International State Sports Entertainment