ବିଜେଡ଼ି ଭଳି ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମରୁଡ଼ି ନାହିଁ, ଦଳରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି: ପ୍ରତାପ ଷଡ଼ଙ୍ଗୀ
Khabar Odisha:BJP-Pratap-sharangi-Comment-On-BJP-CM-Row
ଭୁବନେଶ୍ୱର,ଡିସେମ୍ବର ୦୬(ଖବର ଓଡ଼ିଶା):

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ବଡ ପ୍ରଶ୍ନବାଚୀ ଛିଡ଼ା ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଉଭା ହୋଇପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଥିବା ବେଳେ ଖୋଦ ଶ୍ରୀ ପ୍ରଧାନ ଏହାକୁ ଏଡାଇ ଦେଇଛନ୍ତି। ବିଜେପି ନିର୍ବାଚନରେ ସଫଳତା ପାଇଲେ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ହେବ ବୋଲି ସେ ପୂର୍ବରୁ ଏକପ୍ରକାର ସ୍ପଷ୍ଟ କରିସାରିଛନ୍ତି। ତେବେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିସାରିଥିବା ବେଳେ ଆଜି ଏ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ । ବିଜେପିରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି, କେହି ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ସେ ପରୋକ୍ଷରେ କହିଛନ୍ତି।  

ବିଜେପିର ବରିଷ୍ଠ ନେତା ଶ୍ରୀ ଷଡ଼ଙ୍ଗୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଜୁଏଲ ଏ ପ୍ରସଙ୍ଗରେ ଯାହା କହିଲେ ବୋଧେ ତାଙ୍କୁ କିଏ କେନ୍ଦ୍ରରୁ କହିଥିବେ। ମୁଁ ଜୁଏଲଙ୍କ ବ୍ୟକ୍ତିଗତ ସଚିବ ନୁହେଁ, ମୁଁ କେପିରି ଜାଣିବି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ। ବିଜେଡ଼ି ଭଳି ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମରୁଡ଼ି ନାହିଁ । ଦଳରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି, କାହା ନାଁ ନେବାକୁ ଚାହେଁନି ବୋଲି ସେ ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ,ଗତ ୨୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଥିଲେ ଯେ ଧର୍ମେନ୍ଦ୍ରଙ୍କୁ ଆମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବୁ। ଯିଏ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଓଡ଼ିଶାରେ ନବୀନ ସରକାର ଯିବା ଦରକାର । ଏହା ସହିତ ରାଜ୍ୟରେ ତାମିଲ ଶାସନ ଶେଷ ହେବା ଦରକାର ବୋଲି ଓରାମ କହିଥିଲେ। 

Subscribe

National International State Sports Entertainment