ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସାମିଲ ଦାବି, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସମେତ ଚାରି ରାଜ୍ୟର ପ୍ରତିନିଧି ଦଳ
Khabar Odisha:A-delegation-led-by-Dhamendra-Pradhan-met-Union-Home-Minister-Rajanath-Singh
ନୂଆଦିଲୀ/ଭୁବନେଶ୍ୱର, ୬ ଡିସେମ୍ବର(ଖବର ଓଡ଼ିଶା):

 ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସ୍ଥାନ ଦେବାକୁ ଦାବି କରି ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା, ପଶ୍ଚିମବଙ୍ଗଳା, ଆସାମ ଓ ଝାଡଖଣ୍ଡର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ଏହି ସବୁ ରାଜ୍ୟ ମାନଙ୍କରେ ବସବାସ କରୁଥିବା ହୋ ଭାଷାଭାଷୀ ମାନଙ୍କର ଏକ ଶୋଭାଯାତ୍ରା ଓ ଧାରଣା ଦିଲୀରେ ହୋଇଥିଲା । ଦେଶ ତମାମ ୧ ହଜାରରୁ ଅଧିକ ପ୍ରତିନିଧି ମାନେ ଯୋଗଦାନ କରିବା ସହ ହୋ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରିଥିଲେ । ଆଜି ସେମାନଙ୍କର ନେତୃତ୍ୱ ନେଉଥିବା ସ୍ଥାନୀୟ ନେତା ଗୃହମନ୍ତ୍ରୀଙ୍କୁ ଭେଟି ତାଙ୍କର ଦାବୀପତ୍ର ପ୍ରଦାନ କରିଛନ୍ତି ।

ଏ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଦାବିକୁ ସହୃଦୟତାର ସହ ଗ୍ରହଣ କରି ଏହାର କ୍ରିୟାନ୍ୱୟନ ପାଇଁ ଯଥାବିଧି ପ୍ରତିଶୃତି ଦେଇଥିବା ହେତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। 

Subscribe

National International State Sports Entertainment