ପାଣି ଭାବି ଡିଜେଲ୍ ପିଇଲା ୫ ବର୍ଷର ଶିଶୁ, ଚିକିତ୍ସାଧୀନ ଅବସ୍ଥାରେ ମୃତ
Khabar Odisha:5-year-old-boy-accidentally-drank-petrol-in-his-house-yesterday
ବ୍ରହ୍ମପୁର, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

 ପରିବାର ଲୋକଙ୍କ ସାମାନ୍ୟ ଅସାବଧାନତା ପାଇଁ ଗୋଟିଏ କୋମଳମତି ଶିଶୁର ମୃତ୍ୟୁ ହୋଇଛି। ପାଣି ଭାବି ଭୁଲରେ ଡିଜେଲ ପିଇ ଦେବାରୁ ଜଣେ ୫ ବର୍ଷୀୟ ଶିଶୁପୂତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଶେରଗଡ ଥାନା କାଲିଆଘାଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁ ନା ଅମିତ କୁମାର ରେଡ୍ଡୀ। 

ଗତକାଲି ସଂଧ୍ୟାରେ ଶିଶୁଟି ଘରେ ଖେଳୁଥିବାବେଳେ ଘରେ ଥୁଆ ହୋଇଥିବା ଡିଜେଲକୁ ପାଣି ଭାବି ପିଇ ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲା । ଘର ଲୋକ ଜାଣିବା ପରେ ପ୍ରଥମେ ଶିଶୁଟିକୁ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଥିବା ବେଳେ ଆଜି ଶିଶୁଟିର ମୃତ୍ୟୁ ହୋଇଛି। ଶିଶୁର ମୃତ୍ୟୁ ଖବରରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

  • Tags:

Subscribe

National International State Sports Entertainment