ସୂଚନା କମିଶନ ପଦବୀ ଖାଲି ପଡ଼ିବା ପ୍ରସଙ୍ଗ, ରିପୋର୍ଟ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Khabar Odisha:
ଭୁବନେଶ୍ୱର, ୬ ଡିସେମ୍ବର (ଖବର ଓଡ଼ିଶା):

ସୂଚନା କମିଶନ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଏବଂ ଏହା ପୂରଣ ପାଇଁ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସାତ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସମେତ ୮ଟି ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜ୍ୟ ଗୁଡ଼ିକ ହେଲା, ମହାରାଷ୍ଟ୍ର, ଗୁଜୁରାଟ, କେରଳ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ । ବରିଷ୍ଠ ଆଇନଜୀବି ପ୍ରଶାନ୍ତ ଭୂଷଣ ଖାଲି ପଡ଼ିଥିବା ଏହି ପଦବୀ ପୂରଣ ନ ହେବା ନେଇ ସୁପ୍ରିମ କୋର୍ଟରେ ତାଙ୍କ ପକ୍ଷରୁ ପିଟିସନ ଦାଖଲ କରିଥିଲେ । ଏହାକୁ ବିଚାରକୁ ନେଇ ସର୍ବୋଚ୍ଚ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Subscribe

National International State Sports Entertainment