ୟୁଥ ଅଲିମ୍ପିକ: ୧୦ ମିଟର ଏୟାର ପିସ୍ତଲରେ ଭାକର ଜିତିଲେ ସ୍ଵର୍ଣ୍ଣ
Khabar Odisha:youth-olympic-manu-bhaker-wins-gold-medal-in-10-miter-air-pistol
ବ୍ୟୁନସ ଆୟର୍ସ, ଅକ୍ଟୋବର୦୯(ଖବର ଓଡ଼ିଶା):

 ଭାରତୀୟ ସୁଟର ମନୁ ଭାକର ମଙ୍ଗଳବାର ଯୁବ ଅଲିମ୍ପିକରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।  ବିଶ୍ଵ କପ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ବିଜୟିନୀ ୧୬ ବର୍ଷୀୟ ଭାକର ୨୩୬.୫ ପଏଣ୍ଟ ହାସଲ କରି  ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ରୁଷର ଇୟାନା ଇନିମା ୨୩୫.୯ ପଏଣ୍ଟ ସହ ରୌପ୍ୟ ପଦକ ଓ ନିନୋ ଖୁତ୍ସବରିଦଜ କାଂସ୍ୟ ପଦକ ଜିତିଛନ୍ତି। 

ଏଠାରେ କହି ରଖୁଛୁ ଯେ  ଏହି ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ମୋଟ୍ ୮ ଖେଳାଳି ଫାଇନାଲରେ ପ୍ରବେଶ କରିଥିଲେ।  କିନ୍ତୁ ଯୋଗ୍ୟତାପର୍ଯ୍ୟାୟରେ ୨୦ ଖେଳାଳି ସାମିଲ ଥିଲେ। ମନୁ ଯୋଗ୍ୟତାପର୍ଯ୍ୟାୟରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଥିଲେ।

ଭାକର ସ୍ଵର୍ଣ୍ଣ ପଦକ ଜିତିବା ପରେ କହିଛନ୍ତି ଯେ ଏହା ମୋ ପାଇଁ ବହୁତ ମହତ୍ଵପୂର୍ଣ୍ଣ ବିଜୟ। କାରଣ ମୋର ଲକ୍ଷ୍ୟ ଥିଲା ମୁଁ ଅଧିକ ଗୌରବପୂର୍ଣ୍ଣ ମୁହୂର୍ତ୍ତ ସହ ଦେଶକୁ ଫେରେ। ମୁଁ ସର୍ବଦା ନିଜର ସର୍ବଶ୍ରେଷ୍ଠ ଦେବାକୁ ପ୍ରୟାସ କରିଛି। ତଥାପି ବେଳେ ବେଳେ ସଫଳତା ମିଳିନାହିଁ। କିନ୍ତୁ ମୁଁ ଏଥିରେ ବ୍ୟତିବ୍ୟସ୍ତ ନହୋଇ ସଫଳତା ପାଇବାକୁ ସର୍ବଦା ଚେଷ୍ଟା କରିଛି। 

Subscribe

National International State Sports Entertainment