ଲର୍ଡସ୍ ଟେଷ୍ଟ୍: ଭାରତ ପାଇଁ ବର୍ଷା ବାଧକ, ଫାଇଦାରେ ଇଂଲଣ୍ଡ
Khabar Odisha:washed-out-opening-days-at-lord-s-in-test-cricket
ଇଂଲଣ୍ଡ, ଅଗଷ୍ଟ ୧୦(ଖବର ଓଡିଶା ):

ଲଗାତାର ବର୍ଷା ଯୋଗୁଁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚର ପ୍ରଥମ ଦିନ ଧୋଇ ଯାଇଛି । ଲର୍ଡସ ଗ୍ରାଉଣ୍ଡରେ ଗୋଟିଏ ହେଲେ ବଲ ପଡିନାହିଁ । ଟସ୍ ପକାଯିବା ପୂର୍ବରୁ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ଟସ୍ ମଧ୍ୟ ପଡିପାରି ନଥିଲା । 

ପ୍ରଥମ ଦିନ ବର୍ଷା ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ୪ଦିନ ୯୬ ଓଭରର ଖେଳ ହେବ । ଆଗାମୀ ସୋମବାର ଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ମ୍ୟାଚ୍ ସମ୍ବୂର୍ଣ୍ଣ ଭାବେ ବାତିଲ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । 

ଏହି ପରି ୧୭ ବର୍ଷ ପରେ ହେଲା କି ବର୍ତମାନ ଲର୍ଡସ ଗ୍ରାଉଣ୍ଡରେ କୌଣସି ମ୍ୟାଚର ପ୍ରଥମ ଦିନ ବର୍ଷା ପାଇଁ ବନ୍ଦ ହୋଇଛି । ଶେଷଥର ମେ ୧୭, ୨୦୦୧ରେ ପାକିସ୍ତାନ ବିରୋଧରେ ଟେଷ୍ଟ୍ ମ୍ୟାଚର ପ୍ରଥମ ଦିନ ବର୍ଷା ପାଇଁ ଧୋଇ ଯାଇଥିଲା । ସେହି ମ୍ୟାଚକୁ ଇଂଲଣ୍ଡ ଗୋଟିଏ ପାଳି ଏବଂ ୯ ରନରେ ବିଜୟୀ ହୋଇଥିଲା । 

କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସର ଇତିହାସରେ ଏହା ଷଷ୍ଠ ଥର ପାଇଁ ହେଉଛି କି ଯାହାର ପ୍ରଥମ ଦିନ ବର୍ଷା ପାଇଁ ସ୍ଥଗିତ ରହିଛି । ଏହି ଗ୍ରାଉଣ୍ଡରେ ୧୮୮୪ ମସିହାରୁ କ୍ରିକେଟ୍ ଖେଳାଯାଉଛି । 

ଯଦି ବର୍ଷା ପାଇଁ କୌଣସି ମ୍ୟାଚର ପ୍ରଥମ ଦିନ ବାତିଲ ହୋଇଛି ତେବେ ସେହି ମ୍ୟାଚ୍ କେବଳ ଇଂଲଣ୍ଡ ହିଁ ଜିତିଛି  । ଏହି ଭଳି ୫ଟି ଟେଷ୍ଟ୍ ମ୍ୟାଚରେ ଦଳ ୨ଟିରେ ବିଜୟ ଲାଭ କରିଥିବା ବେଳେ ୩ଟି ମ୍ୟାଚ୍ ଡ୍ର ରଖିଛି ।

  • Tags:

Subscribe

National International State Sports Entertainment