ବୁମରାହ ଏବଂ ଭୁବନେଶ୍ୱର କୁମାରଙ୍କୁ ନେଇ ମୁହାଁମୁହିଁ ରୋହିତ ଏବଂ କୋହଲି
Khabar Odisha:virat-kohli-wants-india-s-pacers-to-skip-ipl
ନୂଆଦିଲ୍ଲୀ, ନଭେମ୍ବର ୦୮(ଖବର ଓଡିଶା):

ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱକପ ପୂର୍ବରୁ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେବା ପାଇଁ ଚାହୁଁଛନ୍ତି । କିନ୍ତୁ ନିକଟରେ ସିଆଇଏ ବୈଠକରେ ଏହି ପ୍ରସ୍ତାବକୁ ସମର୍ଥନ ମିଳିବା ନେଇ ସମ୍ଭାବନା କମ ରହିଛି । ହାଇଦ୍ରାବାଦରେ ନିକଟରେ ସିଆଇଏ ବୈଠକରେ କୋହଲି ଜସପ୍ରିତ ବୁମରାହ ଏବଂ ଭୁବନେଶ୍ୱର କୁମାରଙ୍କୁ ଆଇପିଏଲରେ ବିଶ୍ରାମ ଦେବା ପାଇଁ ପରାମର୍ଶ ଦେଇଥିଲେ । ଯାହା ଫଳରେ ସେମାନଙ୍କ ପାଇଁ ବିଶ୍ୱକପ ସଫଳ ହେବ  ।

ବିରାଟଙ୍କ ଏହି ପ୍ରସ୍ତାବକୁ କେହି ସମର୍ଥନ କରି ନଥିଲେ ସୁଧା ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଇପିଏଲ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ମେ ୧୯ ତାରିଖରେ ଶେଷ ହେବ । ଭାରତ ତାହାର ପ୍ରଥମ ବିଶ୍ୱକପ ମ୍ୟାଚ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିବ । ଏହା ମଧ୍ୟରେ ୧୫ ଦିନର ଅନ୍ତର ରହିଛି  । ତେଣୁ ଦ୍ରୁତ ବୋଲରଙ୍କୁ ଆଇପିଏଲରେ ବିଶ୍ରାମ ଦେବାର ସମ୍ଭାବନା କ୍ଷୀଣ ରହିଛି । 

ବୈଠକରେ ଉପସ୍ଥିତ ଥିବା ଦିନିକିଆ ଦଳର ଉପ ଅଧିନାୟକ ରୋହିତ ଶର୍ମା କୋହଲିଙ୍କ ସହ ସହମତ ନୁହନ୍ତି । କୋହଲି ପରାମର୍ଶ ଦେବା ପରେ ବୋର୍ଡ ଅଧ୍ୟକ୍ଷ ବିନୋଦ ରାୟ ରୋହିତଙ୍କ ରାୟ ପଚାରିଥିଲେ । କିନ୍ତୁ ରୋହିତ କହିଥିଲେ ଯେ ଏପରି ହୋଇ ପାରିବ ନାହିଁ  । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫରେ ପହଁଚିବା ପରେ ଯଦି ବୁମରାହ ଫିଟ୍ ରୁହନ୍ତି ତେବେ ତାଙ୍କୁ ବିଶ୍ରାମ ଦିଆଯାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ ।  

ଅଧିକାରୀଜଣଙ୍କ ଆହୁରି କହିଛନ୍ତି ଯେ ମୁଖ୍ୟ ସମସ୍ୟା ଭୁବନେଶ୍ୱର ଏବଂ ବୁମରାହଙ୍କ ନିକଟରେ ରହିଛି । କାରଣ ଶାମି, ଉମେଶ ଯାଦବ ଏବଂ ଖଲୀଲଙ୍କୁ ତାଙ୍କ ଫ୍ରାଞ୍ଚାଇଜ ଟିମ୍ ପସନ୍ଦ କରୁନାହାନ୍ତି । ସେ ଆଇପିଏଲ ଖେଳିବେ ନା ନାହିଁ ସନ୍ଦେହ ରହିଛି । ବିରାଟ ଚାହାନ୍ତି କି ତାଙ୍କର ଦୁଇ ମୁଖ୍ୟ ବୋଲର ବିଶ୍ରାମ ନିଅନ୍ତୁ । କିନ୍ତୁ ଏପରି ହେଲେ ବିଶ୍ୱକପ ପୂର୍ବରୁ ମ୍ୟାଚ ଅଭ୍ୟାସକୁ ନେଇ ସେମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବା ନେଇ ସମ୍ଭାବନା ରହିଛି  ।

  • Tags:

Subscribe

National International State Sports Entertainment