ପ୍ରଶଂସକଙ୍କୁ ‘ଦେଶ ଛାଡ଼ି ଚାଲି ଯାଅ’ ବୟାନ ଉପରେ କୋହଲିଙ୍କ ସଫେଇ, ‘ଇଏ ଭାରତୀୟ’ ଶବ୍ଦ ପ୍ରୟୋଗ କରିଥିଲେ ଉକ୍ତ ବ୍ୟକ୍ତି
Khabar Odisha:virat-kohli-reply-after-controversy-on-saying-to-leave-country-who-didnot-like-indian-players
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

 କ୍ରିକେଟ୍ ପ୍ରଶଂସକଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦେଶ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିବା ବୟାନ ଉପରେ ଟ୍ରୋଲ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ସଫେଇ ଦେଇଛନ୍ତି।  କୋହଲି କହିଛନ୍ତି ଯେ କମେଣ୍ଟ କରିଥିବା ବ୍ୟକ୍ତି ଜଣକ ‘ଇଏ ଭାରତୀୟ’ ଶବ୍ଦର ପ୍ରୟୋଗ କରିଥିଲେ, ଯାହାକୁ ସେ ଲୋକଙ୍କ ନଜରକୁ ଆଣିବାକୁ ଚାହୁଁଥିଲେ। ସେ ଲୋକଙ୍କୁ ଏହି ମାମଲାକୁ ଅଧିକ ରଞ୍ଜିତ ନକରିବାକୁ ମଧ୍ୟ କହିଛନ୍ତି। ବିସିସିଆଇର ଜଣେ ଅଧିକାରୀଙ୍କ ଅସନ୍ତୋଷ ପରେ ବିରାଟଙ୍କ ଏହି ସଫେଇ ସାମ୍ନାକୁ ଆସିଛି।

ନିଜର ସଫେଇରେ ବିରାଟ କହିଛନ୍ତି ଯେ ମୁଁ କହିବାକୁ ଚାହୁଁଥିଲି ଯେ କେମିତି ବ୍ୟକ୍ତି ଜଣକ ନିଜ କମେଣ୍ଟରେ ‘ଇଏ ଭାରତୀୟ’ ଶବ୍ଦ ବ୍ୟବହାର କରିଥିଲେ। ମୁଁ କେବଳ ଏହି କଥାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଥିଲି। ମୁଁ ମଧ୍ୟ ବ୍ୟକ୍ତିଙ୍କ ପସନ୍ଦ ଅପସନ୍ଦକୁ ସମ୍ମାନ କରିଥାଏ। ଏହି କଥାକୁ ଅଧିକ ରଞ୍ଜିତ ନକରି ଏହି ଉତ୍ସବ ମାହୋଲର ଆନନ୍ଦ ନେବାକୁ କୋହଲି କହିଛନ୍ତି। ସମସ୍ତଙ୍କ ପ୍ରତି ମୋର ବହୁତ ଭଲ ପାଇବା ଅଛି।

କଣ ଥିଲା ପୂରା ମାମଲା

ଭିଡ଼ିଓରେ କୋହଲି ମୋବାଇଲ ଦେଖି ପଢୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଜଣେ ପ୍ରଶଂସକ ଲେଖିଥିଲେ ଯେ- ସେ ଜଣେ ଓଭରରେଟେଡ ବ୍ୟାଟସମ୍ୟାନ। ତାଙ୍କର ବ୍ୟାଟିଂ କିଛି ଖାସ୍ ଲାଗୁ ନାହିଁ। ମୋତେ ଏହି ଭାରତୀୟ ବ୍ୟାଟସମ୍ୟାନଙ୍କ ତୂଳନାରେ ଇଂରେଜ ଓ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଖେଳ ଦେଖିବାକୁ ଅଧିକ ଆନନ୍ଦ ଲାଗିଥାଏ। ଏହା ଉପରେ ବିରାଟ ଜବାବ ଦେଇ କହିଥିଲେ ଯେ ମୋତେ ଲାଗୁ ନାହିଁ ଯେ ଆପଣ ଭାରତରେ ରହିବା ଉଚିତ୍। ଯାଅ ଭାରତରେ ନ ରହି ଅନ୍ୟ କୁଆଡ଼େ ରୁହ। ଆପଣ ଆମ ଦେଶରେ କଣ ପାଇଁ ରହୁଛନ୍ତି ଏବଂ ଅନ୍ୟ ଦେଶକୁ ଭଲ ପାଉଛନ୍ତି।

କୋହଲି ଏହା ମଧ୍ୟ କହିଥିଲେ ଯେ ଆପଣ ମୋତେ ପସନ୍ଦ ନକରନ୍ତୁ, କିଛି କଥା ନାହିଁ। ମୋତେ ଲାଗୁ ନାହିଁ ଯେ ଆପଣଙ୍କୁ ଆମ ଦେଶରେ ରହିବା ଉଚିତ୍ ଏବଂ ଅନ୍ୟମାନଙ୍କ ପରି ଭାବିବା ଉଚିତ୍। ଆପଣ ପ୍ରଥମେ ନିଜର  ପ୍ରାଥମିକତାଙ୍କୁ ସ୍ଥିର କରନ୍ତୁ। ଏହା ପରେ ସାମାଜିକ ଗଣମାଧ୍ୟମରେ କୋହଲିଙ୍କୁ କିଛି ସମର୍ଥନ କରିଥିବା ବେଳେ କିଛି ଟ୍ରୋଲ ମଧ୍ୟ କରିଥିଲେ।

Subscribe

National International State Sports Entertainment