ଆଇସିସି ବଦଳାଇଲା ‘ଓ୍ଵାଟର ବ୍ରେକ’ ରୁଲ, ବିରାଟ କହିଲେ ଖେଳାଳି ହେଉଛନ୍ତି ହଇରାଣ
Khabar Odisha:virat-kohli-raised-questions-on-iccs-new-water-break-rule
ରାଜକୋଟ୍,ଅକ୍ଟୋବର୦୬(ଖବର ଓଡ଼ିଶା):

ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ଆଇସିସିର ଏକ ନିୟମକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।  ନିୟମ ମୁତାବକ ପାଣି ପିଇବା ପାଇଁ ବ୍ରେକ କେବଳ ଓ୍ଵିକେଟ୍ ଖସିବା କିମ୍ବା ଓଭର ମଧ୍ୟରେ ନିଆଯାଇ ପାରିବ।  ତେଣୁ କୋହଲି ଆଶା କରିଛନ୍ତି ଯେ ମ୍ୟାଚ୍ ଅଧିକାରୀ ବାହାରର କାରକ ଯେପରି ଗରମ ପରିସ୍ଥିତିକୁ ଧ୍ୟାନରେ ରଖି ଏହା ଉପରେ କିଛି ବ୍ୟବସ୍ଥା କରିବେ।

ସେପ୍ଟେମ୍ବର ୩୦ରେ ଆଇସିସିର ଲାଗୁ ହୋଇଥିବା ନୂତନ ନିୟମ ମୁତାବକ ପାଣି ପିଇବା ପାଇଁ ବ୍ରେକ କେବଳ ଓ୍ଵିକେଟ୍ ଖସିବା କିମ୍ବା ଓଭର ମଧ୍ୟରେ ନିଆଯାଇ ପାରିବ। ଏହା ସହିତ ଅମ୍ପାୟାରଙ୍କ ସହମତି ହେଲେ ଯାଇ ବ୍ରେକ ନିଆଯାଇ ପାରିବ। ବିନା ଅମ୍ପାୟାରଙ୍କ ଅନୁମତିରେ ଏବେ ଖେଳାଳି ବ୍ରେକ ନେଇ ପାରିବେ ନାହିଁ। ପୂର୍ବେ ଓଭର ଚାଲିଥିବା ସମୟରେ ଦରକାର ପଡିଲେ ଖେଳାଳି ବ୍ରେକ ନେଇ ପାରୁଥିଲେ। ମାତ୍ର ଏବେ ଓଭର ଶେଷ ହେବା ପରେ ହିଁ ପାଣି ପିଇବା ପାଇଁ ବ୍ରେକ ନେଇ ପାରିବେ।

ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ରାଜକୋଟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ତିନି ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଥିଲା।  ଦୁଇ ଦଳର ଖେଳାଳି ଅମ୍ପାୟାରଙ୍କ ନଜରରେ ପାଣି ପିଇଥିଲେ। ମାତ୍ର ଏହାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ଯେ ଖେଳାଳି କେଉଁ ପରିସ୍ଥିତିରେ ଖେଳୁଛନ୍ତି। 

ଏହା ସତ ଯେ ଏହି ସତର୍କତାରେ ଓଭର ଗତିରେ ସୁଧାର ଆସିଛି। କୋହଲି କହିଛନ୍ତି ଯେ ନିୟମରେ କିଛି ପରିବର୍ତ୍ତନ ହୋଇଥିବାରୁ ଖେଳାଳି ଏହି ମ୍ୟାଚରେ ବହୁତ ହଇରାଣ ହୋଇଛନ୍ତି। ଖେଳାଳିଙ୍କ ପାଇଁ ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ କରି ୪୦-୪୫ ମିନିଟ୍ ପର୍ୟ୍ୟ ନ୍ତ ପାଣି ନପିଇବା ବହୁତ ମୁସ୍କିଲ ଥିଲା। ତେଣୁ ଏହା ଉପରେ ଧ୍ୟାନ ଦେବା ଉଚିତ୍। ବ୍ୟାଟିଂ କରୁଥିବା ସମୟରେ ଚେତେଶ୍ଵର ପୂଜାରା ଡ୍ରିଙ୍କ ବ୍ରେକର ପ୍ରତିବନ୍ଧକକୁ ଦେଖି ନିଜର ପକେଟରେ  ଛୋଟ ବୋତଲ ରଖିଥିଲେ ଏବଂ ବେଳେ ବେଳେ ସେଥିରୁ ପାଣି ପିଉଥିଲେ।  

Subscribe

National International State Sports Entertainment