କୋହଲିଙ୍କ ଅଭିଯୋଗ: ମ୍ୟାଚ ବିଜୟୀ ହୋଇ ମଧ୍ୟ ଶୋଷିଲା ରହିଗଲା ଟିମ୍ ଇଣ୍ଡିଆ
Khabar Odisha:togadiya-said-that-bjp-and-rss-got-memoir-of-ayodhya-when-elections-are-near
ନୂଆଦିଲ୍ଲୀ, ଅକ୍ଟୋବର ୦୭(ଖବର ଓଡିଶା):

ଭାରତୀୟ କ୍ରିକେଟ ଦଲର ଅଧିନାୟକ ବିରାଟ କୋହଲି ଆଇସିସିର ସେହି ନୂଆ ନିୟମ ଉପରେ ଚିନ୍ତା ପ୍ରକଟ କରିଛନ୍ତି ଯେଉଁଥିରେ ପାଣି ପିଇବା ବ୍ରେକ କେବଳ ୱିକେଟ ପତନ କିମ୍ବା ଓଭର ମଧ୍ୟରେ ହେବ ବୋଲି କୁହାଯାଇଛି । କୋହଲି ଆଶା କରିଛନ୍ତି ଯେ ମ୍ୟାଚ ଅଧିକାରୀ ପଡିଆରେ ଅନୂଭୁତ ଗରମକୁ ଧ୍ୟାନରେ ରଖିବା ଉଚିତ । 

ଆଇସିସି ଦ୍ୱାରା ସେପ୍ଟେମ୍ବର ୩୦ରେ ଲାଗୁ ହୋଇଥିବା ନୂଆ ନିୟମାନୁସାରେ ପାଣି ପିଇବା ବ୍ରେକ ବା ବିରତି କେବଳ ୱିକେଟ୍ ପତନ କିମ୍ବା ଓଭର ଶେଷ ହେବା ପରେ ହିଁ ନିଆ ଯାଇପାରିବ । କିନ୍ତୁ ଅମ୍ପାୟାରଙ୍କ ସହମତିରେ କୌଣସୀ ସମୟରେ ବିରତି ନେଇହେବ । 

ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଦୈନିକ ୪୦ ଡିଗ୍ରୀ ତାପମାତ୍ରା ରହୁଥିଲା । ଦୁଇ ଦେଶର ଖେଳାଳି ଅମ୍ବାୟାରଙ୍କୁ ଜଣାଇ ଡ୍ରିଙ୍କ ବ୍ରେକ ନେଇଥିଲେ । 

କୋହଲି କହିଥିଲେ କି, ଅମ୍ପାୟାର ନୂଆ ନିୟମରେ ସେମାନଙ୍କୁ ଅଧିକ ପାଣି ପିଇବାକୁ ଦେଇ ନଥିଲେ । କିନ୍ତୁ ଏହି କଥାକୁ ଧ୍ୟାନ ଦେବା ଦରକାର କି କେଉଁ ପରିସ୍ଥିତିରେ ଖେଳାଳିମାନେ ଖେଳୁଛନ୍ତି । ଏହି ସତର୍କତା ଦ୍ୱାରା ଓଭର ଗତିରେ ସୁଧାର ହୋଇଛି । ଖେଳାଳିମାନେ ଏହି ମ୍ୟାଚରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାରଣ କିଛି ନିୟମ ପରିବର୍ତନ କରାଯାଇଛି । ଖେଳାଳିମାନେ ବ୍ୟାଟିଂ ଏବଂ ଫିଲ୍ଡିଂ କରିବା ସମୟରେ ୪୫ ମିନିଟ ପର୍ଯ୍ୟନ୍ତ ପାଣି ପିଇ ନଥିଲେ । ଆଇସିସି ଏହି କଥାକୁ ବିଚାର କରିବା ଆବଶ୍ୟକ । ଏପରି କି ଚେତେଶ୍ୱର ପୂଜାରା ଏହି ନିୟମକୁ ନଜରରେ ରଖି ନିଜ ପାଖରେ ଛୋଟ ପାଣି ବୋତଲ ରଖିଥିଲେ । 

  • Tags:

Subscribe

National International State Sports Entertainment