ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍ : ଇଂଲଣ୍ଡର ମନୋବଳ ଭାଙ୍ଗିବା ଲକ୍ଷ୍ୟରେ ବିରାଟ ସେନା
Khabar Odisha:today-india-and-england-second-test
ଇଂଲଣ୍ଡ, ଅଗଷ୍ଟ ୦୮(ଖବର ଓଡିଶା) :

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ୍ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ କିପର ତଥା ବ୍ୟାଟସମ୍ୟାନ ଜୋସ ବଟଲର ଆଜି ଠାରୁ ଆରମ୍ଭ ହେଉଥିବା ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି । ଏହା ସହ ବିରାଟ କୋହଲି ପ୍ରଥମ ମ୍ୟାଚରେ ଭଲ ସ୍କୋର କରିଥିଲେ ମଧ୍ୟ ତାଙ୍କୁ ରନ କରିବା ପାଇଁ ବହୁତ ସଙ୍ଘର୍ଷ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି । 

ବଟଲର ଆହୁରି ମଧ୍ୟ କୋହଲିଙ୍କ ପ୍ରଥମ ପାଳିର ଶତକକୁ ନେଇ ବୟାନ ଦେଇଛନ୍ତି । ଭାରତୀୟ ଅଧିନାୟକ ଶତକ କରିଥିଲେ ସୁଧା ଇଂଲଣ୍ଡ ବୋଲିଂ ତାଙ୍କୁ ଅସୁବିଧାରେ ପକାଇଥିଲା । ଯଦି ଦଳ ବିରାଟଙ୍କୁ ୩ଟି ଜୀବନ ଦାନ ଦେଇ ନଥାନ୍ତା ତେବେ କୋହଲି ବହୁ କମ୍ ସ୍କୋରରେ ଆଉଟ ହୋଇ ଯାଇଥାନ୍ତେ ।  ବଟଲର ତାଙ୍କ ଦଳ ବୋଲିଂ ବିଭାଗରେ ଆଉ କିଛି ସୁଧାର ଆଣିବା ଉଚିତ ବୋଲି କହିଛନ୍ତି । 

ଇଂଲଣ୍ଡ ବର୍ମିଂହାମରେ ୩୧ରନ ରେ ବିଜୟ ଲାଭ କରି ୫ଟିକିଆ ଟେଷ୍ଟ୍ ସିରିଜରେ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ଦଳ ଏହି ଟେଷ୍ଟରେ ବିଜୟ ଲାଭ କରି ସିରିଜକୁ ବରାବର କରିବାକୁ ଚାହୁଁଛି । ଅନ୍ୟ ପକ୍ଷେ ଇଂଲଣ୍ଡ ଅଧିନାୟକ ଜୟ ରୁଟ ପ୍ରଥମ ମ୍ୟାଚ୍ ତାଙ୍କର ମନୋବଳ ବଢାଇଥିବା କହିଛନ୍ତି । ଗତ ସପ୍ତାହରେ ତାଙ୍କ ଦଳ ସର୍ବ ଶେଷ୍ଠ ପ୍ରଦର୍ଶନ କରି ନଥିଲେ ମଧ୍ୟ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ଅତ୍ୟଧିକ ଚାପ ସତ୍ୱେ ଭାରତକୁ ପରାଜିତ କରିବା ଏକ ବଡ କଥା ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment