ଭାରତ-ଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: ପଡିପାରେ ତିତଲି ପ୍ରଭାବ
Khabar Odisha:titli-may-affect-hyderabad-test-india-vs-west-indies
ହାଇଦରାବାଦ, ଅକ୍ଟୋବର ୧୧(ଖବର ଓଡିଶା):

ବାତ୍ୟା ତିତଲିର ପ୍ରଭାବ ହାଇଦରାବାଦ ଟେଷ୍ଟ ଉପରେ ପଡିପାରେ । ଏହି ଝଡତୋଫାନ ଉତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅଂଚଳରେ ଦେଖିବାକୁ ମିଳିଛି । ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଅକ୍ଟୋବର ୧୨ରୁ ଖେଳାଯିବାକୁ ଥିବା ଶେଷ ଟେଷ୍ଟ ମ୍ୟାଚକୁ ନେଇ ଆଶା ଆଶଙ୍କା ଦେଖାଦେଇଛି ।

ଭାରତୀୟ ପାଣିପାଗ ବିଭାଗ ଗତକାଲି ଏନେଇ ସତର୍କ କରିଛି । ଯଦି ବର୍ଷା ଲାଗି ରହେ ତେବେ ମ୍ୟାଚ ଧୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବରେ ୧୪୦ରୁ ୧୫୦ କିମି ବେଗରେ ପବନ ବହିବା ସହ ଗତିରେ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି । 

ହାଇଦରାବାଦ ଏହି ବାତ୍ୟା ଜୋନରେ ରହିଛି । ପ୍ରବଳ ବର୍ଷା ଆଶଙ୍କାକୁ ଏଡାଇ ଦିଆ ଯାଇ ପାରିବ ନାହିଁ । ରାଜୀବ ଗାନ୍ଧି ଇଂଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ତମାନ ପାଣିପାଗ ଉପରେ ନିର୍ଭର କରିବ । କିନ୍ତୁ ଭାରତୀୟ ଖେଳାଳି ଗତକାଲି ମ୍ୟାଚ ପୂର୍ବରୁ ଅଭ୍ୟାସ କରିଥିଲେ । 

ସୂଚନାଯୋଗ୍ୟ କି, ସିରିଜର ପ୍ରଥମ ଟେଷ୍ଟ ରାଜକୋଟରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଭାରତ ଇଣ୍ଡିଜ ବିପକ୍ଷରେ ବୃହତ ବିଜୟ ହାସଲ କରିଥିଲା । 

  • Tags:

Subscribe

National International State Sports Entertainment