ସିରିଜ ବରାବର ପାଇଁ ଭାରତର ପ୍ରୟାସ, କିନ୍ତୁ ଲର୍ଡସରେ ରହିଛି ଅଲୋଡା ରେକର୍ଡ୍
Khabar Odisha:team-india-lords-records-england-india-win-2-test-lords-cricket-ground-2nd-test
ଇଂଲଣ୍ଡ, ଅଗଷ୍ଟ ୮(ଖବର ଓଡିଶା):

ବର୍ମିଂହାମ ଟେଷ୍ଟରେ ବିଜୟ ହାତଛଡା କରିଥିବା ବିରାଟ ବାହିନୀ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ୍ ଗ୍ରାଉଣ୍ଡରେ ବିଜୟ ଲାଭ କରି ସିରିଜକୁ ୧-୧ ସ୍ତରକୁ ଆଣିବା ପାଇଁ ଚେଷ୍ଟା କରିବ । 

ଏହି ମ୍ୟାଚ ଆସନ୍ତାକାଲିଠାରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଭାରତ ଇଂଲଣ୍ଡଠାରୁ ୩୧ରନରେ ପରାଜୟ ବରଣ କରିଥିଲା । କିନ୍ତୁ ଲର୍ଡସରେ ଭାରତ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଭାରତ ପାଇଁ ଏକ ଭଲ ରେକର୍ଡ ଏହା କି ଶେଷ ଥର ପାଇଁ ଏହି ଗ୍ରାଉଣ୍ଡରେ ଇଂଲଣ୍ଡକୁ ପରାଜିତ କରିଥିଲା ଦଳ । 

ଲର୍ଡସ୍ ଗ୍ରାଉଣ୍ଡରେ ଭାରତର ରେକର୍ଡ୍ ବହୁତ ଖରାପ ରହିଛି । ଏହି ପଡିଆରେ ଭାରତ ଇଂଲଣ୍ଡ ବିରୋଧରେ ୧୭ଟି ଟେଷ୍ଟ୍ ମ୍ୟାଚ ଖେଳିଛି । ୧୭ଟି ମ୍ୟାଚରୁ ଇଂଲଣ୍ଡ ଟିମ୍ ୧୧ଟିରେ ବିଜୟ ହାସଲ କରିଥିବା ବେଳେ ଭାରତ ମାତ୍ର ୨ଟି ମ୍ୟାଚ୍ ଜିତିଛି । ଅନ୍ୟପକ୍ଷରେ ଚାରୋଟି ଟେଷ୍ଟ୍ ମ୍ୟାଚ୍ ଡ୍ର ରଖିଛି ଭାରତ । 

  • Tags:

Subscribe

National International State Sports Entertainment