କୋହଲି ଗ୍ଲୋବାଲ ସୁପରଷ୍ଟାର, ଭାଙ୍ଗିବେ ସବୁ ରେକର୍ଡ
Khabar Odisha:steve-waugh-says-virat-kohli-is-best-batsman-in-world-this-time
ନୂଆଦିଲ୍ଲୀ, ଅଗଷ୍ଟ୦୯(ଖବର ଓଡ଼ିଶା):

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ଵ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟସମ୍ୟାନ। ଓ୍ଵ ତାଙ୍କ ଦେଶର ଷ୍ଟିଭ ସ୍ମିଥଙ୍କଠୁ ମଧ୍ୟ କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ଦର୍ଶାଇଛନ୍ତି। 

କୋହଲିଙ୍କ ପ୍ରଶଂସା କରି ଓ୍ଵ କହିଛନ୍ତି ଯେ ମୋତେ ଲାଗୁଛି ଯେ ଷ୍ଟିଭ ସ୍ମିଥଙ୍କଠାରେ ରନ କରିବାର ଭୋକ ଅଧିକ ରହିଛି ମାତ୍ର ସେ ବର୍ତ୍ତମାନ କ୍ରିକେଟରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ତେଣୁ ବିରାଟ କୋହଲି ସବୁଠୁ ଶ୍ରେଷ୍ଠ। କୋହଲି ବଡ଼ ସୁଯୋଗର ସନ୍ଧାନରେ ଥାଆନ୍ତି ଯେମିତି ବ୍ରାଏନ ଲାରା, ସଚିନ ତେନ୍ଦୁଲକର, ଭିଭି ରିଚାର୍ଡ୍ସ ଓ ଜାଭେଦ ମିଆଁଦାଦ ରହିଥାନ୍ତି। 

ଏକ ଘରୋଇ ସାକ୍ଷାତକାରେ ଓ୍ଵ କହିଛନ୍ତି ଯେ କୋହଲିଙ୍କ ପାଖରେ ଉନ୍ନତ କ୍ରୀଡ଼ା କୌଶଳ ରହିଛି ଯାହା ବର୍ତ୍ତମାନ ଦୁନିଆର ଅନ୍ୟ କୌଣସି ବ୍ୟାଟସମ୍ୟାନଙ୍କ ପାଖରେ ନାହିଁ। ଏବି ଡିଭିଲିୟର୍ସ ମଧ୍ୟ ଏହି ଧରଣର ଖେଳାଳି ମାତ୍ର ସେ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେଣୁ ଏଠାରେ ବିରାଟ ଆଗକୁ ଚାଲିଯିବେ। 

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ମଧ୍ୟ ଓ୍ଵ କୋହଲିଙ୍କ ପ୍ରଶଂସା କରିଛନ୍ତି। ଇଂଲଣ୍ଡ ସହ ପ୍ରଥମ ଟେଷ୍ଟରେ ବିରାଟଙ୍କ ଦମଦାର ପାଳି ସମୟରେ ଓ୍ଵ କୋହଲିଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଗ୍ଲୋବାଲ ସୁପରଷ୍ଟାର ଯିଏ ବିଶ୍ଵ କ୍ରିକେଟର ସବୁ ରେକର୍ଡ ଭାଙ୍ଗିବ। 

ଏଠାରେ କହି ରଖୁଛୁ ଯେ ନିକଟରେ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୧୪୯ ଓ ୫୧ ରନର ପାଳି ବଳରେ ସେ ଏକ ନମ୍ବର ଟେଷ୍ଟ ବ୍ୟାଟସମ୍ୟାନ ହୋଇ ପାରିଛନ୍ତି। 

  • Tags:

Subscribe

National International State Sports Entertainment