୩୦୦ ତମ ଟି-୨୦ ମ୍ୟାଚ ଖେଳିବାରେ ଧୋନୀ ପ୍ରଥମ ଭାରତୀୟ
Khabar Odisha:sports-odisha-Ms-Dhoni-Becomes-First-Indian-To-Play-300-T20-Matches
ନୂଆଦିଲ୍ଲୀ,ଫେବ୍ରୁଆରୀ ୧୦(ଖବର ଓଡ଼ିଶା):

ମହେନ୍ଦ୍ର ସିଂ ଧୋନୀ ରବିବାର ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ନ୍ୟୁଜିଲାଣ୍ଡ ବିରୋଧରେ ସିରିଜର ତୃତୀୟ ତଥା ଶେଷ ଟି୨୦ ମ୍ୟାଚରେ  ଧୋନୀ ଟି-୨୦ ଫରର୍ମାଟର ୩ଶହ ତମ ମ୍ୟାଚ ଖେଳିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । 

ଧୋନୀ ବିଶ୍ୱର ୧୨ତମ ଖେଳାଳି ଭାବେ ୩୦୦ରୁ ଅଧିକ ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ଇଂଲଣ୍ଡର ଲୁକ ରାଇଟଙ୍କ ସହ ସମୂହ ଭାବେ ସବୁଠାରୁ ଅଧିକ ମ୍ୟାଚ ଖେଳିବାର ଲିଷ୍ଟରେ ୧୨ ନମ୍ୱର ସ୍ଥାନରେ ଅଛନ୍ତି । 

ଧୋନୀ ନିଜ ଟି-୨୦ କ୍ୟାରିୟରରେ ୬୧୩୬ ରନ କରିଛନ୍ତି । ତାଙ୍କ ବ୍ୟାଟିଂ ଏଭେରେଜ ୩୮.୩୫ ରହିଛି । ଏଥିରେ ୨୪ଟି ଅର୍ଦ୍ଧଶତକ ରହିଛି । ୨୯୮ ମ୍ୟାଚ ସହ ରୋହିତ ଶର୍ମା ଭାରତୀୟ ଖେଳାଳୀଙ୍କ ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । 

ୱେଷ୍ଟ ଇଣ୍ଡିଜର ଆଲରାଉଣ୍ଡର କେରଣ ପୋଲାଡ ୪୪୬ ମ୍ୟାଚ ସହ ଏହି ଲିଷ୍ଟର ପ୍ରଥମସ୍ଥାନରେ ଅଛନ୍ତି । ପୋଲାର୍ଡ ବର୍ତ୍ତମାନ ସୁଦ୍ଧା ୮୭୫୩ ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୪୩ଟି ଅର୍ଦ୍ଧଶତକ ରହିଛି ।  

Subscribe

National International State Sports Entertainment