ଅର୍ଜୁନଙ୍କ ପ୍ରଦର୍ଶନ ଉପରେ ମୁହଁ ଖୋଲିଲେ ସଚିନ, ପୁତ୍ରଙ୍କ କ୍ୟାରିଅରରେ କରନ୍ତି ନାହିଁ ହସ୍ତକ୍ଷେପ
Khabar Odisha:sachin-tendulkar-admits-arjun-carries-the-weight-of-last-name
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା ):

ଅର୍ଜୁନ ତେନ୍ଦୁଲକର କ୍ରିକେଟ ପଡିଆରେ କିଛି କମାଲ କରିବା ପୂର୍ବରୁ ସଦାବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ନିଜ ପିତା ସଚିନ ତେନ୍ଦୁଲକରଙ୍କ ନାମ ପାଇଁ ଚାପରେ ରହୁଥିବା ବେଳେ ତାଙ୍କ ପ୍ରଦର୍ଶନ ମଧ୍ୟ ସେତେଟା ଭଲ ନାହିଁ । ସଚିନ ଭାରତୀୟ କ୍ରିକେଟର ସବୁଠାରୁ ବଡ ନାମ । କିନ୍ତୁ ସଚିନ କେବେ ବି ତାଙ୍କ ପୁତ୍ରଙ୍କ କ୍ରିକେଟ ଜୀବନରେ ହସ୍ତକ୍ଷେପ କରିବାକୁ ଚାହୁଁ ନଥିବା ସେ ନିଜେ କହିଛନ୍ତି । ଅର୍ଜୁନ କ୍ରିକେଟର ଭରପୁର ମଜା ଉଠାଉଥିବା କହିଛନ୍ତି କ୍ରିକେଟର ଏହି ଭଗବାନ । 

ଅର୍ଜୁନ ନିକଟରେ ଶ୍ରୀଲଙ୍କା ଗସ୍ତରେ ଅତି ଖରାପ ପ୍ରଦର୍ଶନ କରିଥିଲେ । ସମ୍ପୂର୍ଣ୍ଣ ସିରିଜରେ ସେ ମାତ୍ର ୩ଟି ୱିକେଟ୍ ଦଖଲ କରିଥିଲେ । ଏହା ସହ ବ୍ୟାଟିଂରେ ମଧ୍ୟ କିଛି କମାଲ କରି ନଥିଲେ ଅର୍ଜୁନ । କିନ୍ତୁ ଅର୍ଜୁନ ନିଜ ପ୍ରଚେଷ୍ଟାରେ ଆଗକୁ ବଢୁ ବୋଲି ସଚିନ ଚାହିଁଛନ୍ତି । ସେ ତାଙ୍କ ସହ କ୍ରିକେଟର ଭାବେ ନୁହେଁ ଜଣେ ପିତାଙ୍କ ଭଳି ରହିବାକୁ ଚାହାନ୍ତି ବୋଲି କହିଛନ୍ତି । 

ସଚିନ ଆହୁରି ମଧ୍ୟ ଅର୍ଜୁନଙ୍କ ଉପରେ ଭରସା ରଖିଛନ୍ତି । କ୍ରିକେଟ ରାସ୍ତାରେ ଅନେକ ବାଧାବିଘ୍ନ ଆସିଥାଏ । ଯାହାକୁ ଅର୍ଜୁନ ଏକାକି ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ବିବିସି ସହ ଆଲୋଚନା ସମୟରେ ଅର୍ଜୁନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି କହିଛନ୍ତି ସଚିନ । ସେ ବାମ ହାତରେ ଦ୍ରୁତ ବୋଲିଂ କରନ୍ତି । କ୍ରିକେଟର ଆନନ୍ଦ ମଧ୍ୟ ଉଠାନ୍ତି । ଯେଉଁଥିରେ ପୁତ୍ରର କ୍ୟାରିଅରରେ ହସ୍ତକ୍ଷେପ କରିବାକୁ ଚାହୁଁ ନଥିବା କହିଛନ୍ତି । ସମସ୍ତ ବାଧାବିଘ୍ନକୁ ଦୂର କରି ଅର୍ଜୁନ ବହୁତ ଆଗକୁ ଯିବେ ବୋଲି ଆଶାବାଦୀ ଅଛନ୍ତି ସଚିନ । 

ମାଷ୍ଟର ବ୍ଲାଷ୍ଟର ସ୍ୱୀକାର କରିଛନ୍ତି କି, ଅର୍ଜୁନଙ୍କ ବହୁତ ଚାପର ସମ୍ମୁଖୀନ ହେବାକୁ ପଡୁଛି । ତେନ୍ଦୁଲକର ସଜ୍ଞା ପାଇଁ ସେ ଚାପରେ ରହୁଛନ୍ତି । ସମସ୍ତଙ୍କ ନଜର ତାଙ୍କ ଉପରେ ରହୁଥିବାରୁ ସେ ଠିକ୍ ଭାବେ ଖେଳରେ ମନୋନିବେଶ କରିପାରୁ ନାହାନ୍ତି ।

  • Tags:

Subscribe

National International State Sports Entertainment