ଆସନ୍ତାକାଲି ଦ୍ଵିତୀୟ ଟେଷ୍ଟ: ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ ଭାରତର ବିଜୟ
Khabar Odisha:preview-india-vs-england-second-test-of-series-at-lords
ଲଣ୍ଡନ, ଅଗଷ୍ଟ୦୭(ଖବର ଓଡ଼ିଶା):

 ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାରିବା ପରେ  ଭାରତୀୟ କ୍ରିକେଟ୍  ଦଳ ଗୁରୁବାର ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ଟେଷ୍ଟରେ ଭାରତୀୟ ଦଳ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନରେ ସୁଧାର ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଯଦି ବର୍ମିଂହାମ ଟେଷ୍ଟରେ ବାକି ବ୍ୟାଟସମ୍ୟାନଙ୍କଠୁ ସହଯୋଗ ମିଳିଥାନ୍ତା ତେବେ  ପରିଣାମ ଅନ୍ୟ କିଛି ହୋଇଥାନ୍ତା। ଏବେ ଭାରତୀୟ ଡ୍ରେସିଂ ରୁମର ମାହୋଲ ଆତ୍ମ ବିଶ୍ଵାସରେ   ଭରି ରହିଛି। ଅନ୍ୟ ପଟେ ଇଂଲଣ୍ଡ ଦଳ ଗତ ମ୍ୟାଚର ଦମଦାର ପ୍ରଦର୍ଶନକୁ ଦୋହରାଇବାକୁ ଚେଷ୍ଟା କରିବ। ରୁଟ, ବେୟାରଷ୍ଟୋଙ୍କ ଉପରେ ବ୍ୟାଟିଂ ଭାର ରହିବ। ଜେମ୍ସ ଆଣ୍ଡରସନ, କୁରନ ଓ ଷ୍ଟୁଆର୍ଟ ବ୍ରଡଙ୍କ ଉପରେ ବୋଲିଂ ଆକ୍ରମଣର ଭାର ରହିବ। 

ଲର୍ଡ୍ସରେ ଏ ପର୍ୟ୍ୟନ୍ତ ଭାରତର ପ୍ରଦର୍ଶନ

କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଭାରତ ଏ ପର୍ୟ୍ୟନ୍ତ ୧୭ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ କେବଳ ୨ଟି ମ୍ୟାଚରେ ବିଜୟୀ ହୋଇଛି। ଇଂଲଣ୍ଡ ଏଠାରେ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ଜିତିଛି ଏବଂ ବାକି ୪ ମ୍ୟାଚ୍ ଡ୍ର ରହିଛି। ଭାରତ ଏହି ଐତିହାସିକ ପଡିଆରେ ପ୍ରଥମ ଥର ୧୯୮୬ରେ ଇଂଲଣ୍ଡକୁ ୫ ଓ୍ଵିକେଟରେ ହରାଇଥିଲା। ୨୦୧୪ରେ ଏହି ଗ୍ରାଉଣ୍ଡରେ ଭରାତ ଘରୋଇ ଦଳକୁ ୯୬ ରନରେ ପରାସ୍ତ କରିଥିଲା। 

ବ୍ୟାଟିଂରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ

ବ୍ୟାଟିଂ କ୍ରମରେ ମଧ୍ୟ କୋହଲିଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜୱ। ଅଧିନାୟକ ପ୍ରଥମ  ଟେଷ୍ଟରେ ଚେତେଶ୍ଵର ପୂଜାରାଙ୍କ ବଦଳରେ ଶିଖର ଧାଓ୍ଵନଙ୍କୁ ଗୁରୁତ୍ଵ ଦେଇଥିଲେ। ଏଥିରେ କେଏଲ ରାହୁଲଙ୍କୁ ଦଳରେ ଜାଗା ମିଳିଥିଲା।  ତୃତୀୟ ନମ୍ବରରେ ପ୍ରୟୋଗ କରିବା ଦଳରେ ନୂତନ କଥା ନୁହେଁ। ୨୦୧୪-୧୫ରେ କୋହଲି ଓ ରବି ଶାସ୍ତ୍ରୀ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ତୃତୀୟ ସ୍ଥାନରେ ପୂଜାରାଙ୍କ ଜାଗାରେ ରୋହିତଙ୍କୁ ଓହ୍ଲାଇଥିଲେ। ଏହା ପରେ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ମଧ୍ୟ ଏହି ପ୍ରୟୋଗ ଜାରି ରହିଥିଲା।  ମାତ୍ର ଏହି ଦୁଇଟି ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କୁ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ସୁଯୋଗ ଦିଆଯାଇଥିଲା। 

ଦଳ ଏହି ପ୍ରକାର

ଭାରତ 

ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ମୁରଲୀ ବିଜୟ, କେଏଲ ରାହୁଲ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, କରୁଣ ନାୟର, ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନି, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମରା। 

ଇଂଲଣ୍ଡ

ଜୋ ରୁଟ(ଅଧିନାୟକ), ଆଲିଷ୍ଟର କୁକ୍, କିଟୋନ  ଜେନିଙ୍ଗ୍ସ, ଜନି ବେୟାରଷ୍ଟୋ, ଜୋସ ବଟଲର, ଓଲିଭର ପୋପ୍, ମୋଇନ ଅଲୀ, ଆଦିଲ ରସିଦ,  ଜେମି ପୋର୍ଟର, ସ୍ୟାମ କୁରନ, ଜେମ୍ସ ଆଣ୍ଡରସନ, କ୍ରିସ ଓ୍ଵକ୍ସ। 

  • Tags:

Subscribe

National International State Sports Entertainment