ଦ୍ଵିପାକ୍ଷିକ ସିରିଜ୍ ଖେଳିବା ପାଇଁ ଭାରତକୁ ରାଜି କରାଉ ଆଇସିସି: ପିସିବି
Khabar Odisha:pcb-chief-wants-icc-to-bring-around-bcci-on-india-pakistan-series
କରାଚି,ନଭେମ୍ବର୦୯(ଖବର ଓଡ଼ିଶା):

ଦୁଇ ଦେଶ ମଧ୍ୟରେ ତିକ୍ତତା କାରଣରୁ ଦୀର୍ଘ ବର୍ଷ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ। ଏଥିପାଇଁ ପାକିସ୍ତାନ ଭାରତ ସହିତ କ୍ରିକେଟ୍ ଖେଳିବାକୁ ଅନେକ ଥର ବିସିସିଆଇକୁ ଅପିଲ କରିଛି। ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ପ୍ରମୁଖ ଏହସାନ ମନି ଶୁକ୍ରବାର କହିଛନ୍ତି ଯେ ଭାରତ ସହିତ  ଦ୍ଵିପାକ୍ଷିକ କ୍ରିକେଟ୍ ଆରମ୍ଭ କରିବା ପାଇଁ ଆଇସିସିକୁ ସାହାଯ୍ୟ କରିବା ଉଚିତ୍, କାରଣ ଏହା ତାଙ୍କର ଦାୟିତ୍ଵ। ମନି ‘ଡନ’ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ମୁଁ ଏହି ବିଷୟରେ ପୂର୍ବରୁ ହିଁ ଆଇସିସିରେ ଅନୌପଚାରିକସ୍ତରରେ ଆଲୋଚନା କରି ସାରିଛି। ତେଣୁ ଆଇସିସି ସମସ୍ତ ଦେଶଙ୍କ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ଏହସାନ ମନି କହିଛନ୍ତି।

ସେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ କ୍ରିକେଟ୍ ଖେଳାଯାଉନାହିଁ। ତେଣୁ ଆଇସିସି ଟୂର୍ଣ୍ଣାମେଣ୍ଟରେ ସେମାନେ ଆମ ସହ କଣ ପାଇଁ ଖେଳୁଛନ୍ତି। ଭାରତ  ଓ ପାକିସ୍ତାନ ୨୦୦୭ ପରଠୁ ପୂରା ଦ୍ଵିପାକ୍ଷିକ ସିରିଜ୍ ଖେଳିନାହିଁ। ପାକିସ୍ତାନ ୨୦୧୨-୧୩ରେ ଭାରତ ଗସ୍ତ କରିଥିଲା। ମାତ୍ର ସେହି ସମୟରେ ଦଳ କିଛି ମ୍ୟାଚ୍ ଖେଳିଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ପାକିସ୍ତାନ ସହିତ  ଦ୍ଵିପାକ୍ଷିକ ସିରିଜ୍ ଖେଳିନାହିଁ।

କ୍ରିକେଟ୍ ନଖେଳିବା ନେଇ ପିସିବି ବିସିସିଆଇଠୁ ୭ କୋଟି  ଡଲାରର କ୍ଷତିପୂରଣ ଦାବି କରିଛି। ଏହି ମାମଲା ଏବେ ଆଇସିସିର ବିଚାର ବିଭାଗୀୟ ସମିତି ପାଖରେ ବିଚାରଧୀନ ରହିଛି। ପିସିବି କହିଛି ଯେ ବିସିସିଆଇ ସମ୍ମତି ପତ୍ରର ସମ୍ମାନ କରି ନାହିଁ। ଅନ୍ୟ ପଟେ ଭାରତୀୟ ବୋର୍ଡର କହିବା କଥା କାନୁନ ରୂପେ ସେ ଏହାକୁ ମାନିବାକୁ ବାଧ୍ୟ ନୁହନ୍ତି।

ମନି କହିଛନ୍ତି ଯେ ଏହା ଦୁର୍ଭାଗ୍ୟର କଥା ଯେ ଦୁଇ କ୍ରିକେଟ୍ ବୋର୍ଡ ପରସ୍ପର ବିରୋଧରେ ଲଢେଇ କରିବା ଆଇସିସି ଇତିହାସରେ କେବେ ଶୁଣିବାକୁ ମିଳିନାହିଁ। ମୁଁ ଯଦି ଆଇସିସି ପ୍ରମୁଖ ହୋଇଥାନ୍ତି ତେବେ ଆଲୋଚନା ମାଧ୍ୟମରେ ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆଇସିସି ସମିତି ଯଦି କ୍ଷତିପୂରଣ ଦାବିକୁ ଖାରଜ କରିଦିଏ ତେବେ ମଧ୍ୟ ସେ ଭାରତ ସହିତ ଆଲୋଚନା କରିବାକୁ ଉଦ୍ୟମ ଜାରି ରଖିବେ। 

Subscribe

National International State Sports Entertainment