୮୨ ବର୍ଷ, ଏବେ ଭାଙ୍ଗିଲା କ୍ରିକେଟର ଏହି ବଡ଼ ରେକର୍ଡ
Khabar Odisha:pak-vs-nz-pakistani-spinner-yasir-shah-fastest-to-take-200-wickets-in-test-cricket-break-82-year-old-record
ନୂଆଦିଲ୍ଲୀ,ଡିସେମ୍ବର୦୬(ଖବର ଓଡ଼ିଶା):

ପାକିସ୍ତାନ ଲେଗ ସ୍ପିନର ୟାସିର ଶାହ ଗୁରୁବାର  ଟେଷ୍ଟ କ୍ରିକେଟର ୮୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ସେ ଟେଷ୍ଟ କ୍ରିକେଟରେ ସବୁଠୁ ଦ୍ରୁତ ୨୦୦ ଓ୍ଵିକେଟ୍ ପୂରା କରି ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି।  ସେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ୟାସିର ଶାହ ଓ୍ଵିଲ ସମରଓ୍ଵିଲେଙ୍କୁ ଆଉଟ୍ କରି ନିଜର ୨୦୦ ଶିକାର ପୂରା କରିଥିଲେ।

ଏହା ସହିତ ସେ ଅଷ୍ଟ୍ରେଲିଆର ଲେଗ୍ ସ୍ପିନର  କ୍ଲେରୀ ଗ୍ରିମଟଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଗ୍ରିମଟ ୧୯୩୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୯୩୬ରେ ଜୋହାନ୍ସବର୍ଗରେ  ଏହି ରେକର୍ଡ କରିଥିଲେ। ସେ ୩୬ଟି ଟେଷ୍ଟରୁ ଦ୍ରୁତ ୨୦୦ ଓ୍ଵିକେଟ୍ ନେଇଥିଲେ। ଟେଷ୍ଟ  କ୍ରିକେଟରେ ଦ୍ରୁତ ଗତିରେ ୨୦୦ ଓ୍ଵିକେଟ୍ ପୂରା କରିବା ମାମଲାରେ ରବି ଚନ୍ଦ୍ରନ ଅଶ୍ଵିନ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୩୭ଟି ମ୍ୟାଚରୁ ଏହି ଉପଲବ୍ଧି ହାସଲ କରିଥିଲେ। ଏବେ ୟାସିର ଶାହ ୩୩ ଟେଷ୍ଟ ମ୍ୟାଚରୁ ୨୦୦ ଓ୍ଵିକେଟ୍ ପୂରା କରିଛନ୍ତି। ଟେଷ୍ଟ କ୍ରିକେଟରେ ସବୁଠୁ କମ ମ୍ୟାଚରେ ୨୦୦ ଓ୍ଵିକେଟ୍ ନେଇଥିବା ଶୀର୍ଷ ବୋଲର ହେଉଛନ୍ତି ତିନି ଜଣ ସ୍ପିନର। 

ଆବୁଧାବିରେ ଖେଳାଯାଉଥିବା ଏହି ମ୍ୟାଚ୍ ପୂର୍ବରୁ ୟାସିର ଶାହଙ୍କୁ ୨୦୦ ଓ୍ଵିକେଟ୍ ପୂରା କରିବା ପାଇଁ ୫ ଓ୍ଵିକେଟ୍ ଦରକାର ଥିଲା। ପ୍ରଥମ ଇନିଂସରେ ସେ ୩ ଓ୍ଵିକେଟ୍ ନେଇଥିଲେ। ମାତ୍ର ଗୁରୁବାର ଅର୍ଥାତ ମ୍ୟାଚର ଚତୁର୍ଥ ଦିନରେ ଆଉ ୨ଟି ଓ୍ଵିକେଟ୍ ନେଇ ପାକିସ୍ତାନ ପାଇଁ ସବୁଠୁ ଦ୍ରୁତ ଗତିରେ ୨୦୦ ଓ୍ଵିକେଟ୍ ନେବା ଖେଳାଳି ହେବାର ରେକର୍ଡ କରିଥିଲେ। ୟାସିରଙ୍କ ପୂର୍ବରୁ ପାକିସ୍ତାନର ଓ୍ଵାକର ୟୁନିସ୍ ୧୯୯୫ରେ ୩୮ଟି ଟେଷ୍ଟରୁ ଏହି ଉପଲବ୍ଧି ନିଜ ନାମରେ କରିଥିଲେ। 

ୟାସିର ଶାହ ଟେଷ୍ଟ କ୍ରିକେଟରେ  ନିଜର ୧୦୦ ଓ୍ଵିକେଟ୍ ୧୭ଟି ମ୍ୟାଚରୁ ପୁରା କରିଥିଲେ। ଦ୍ରୁତ  ୧୦୦ ଓ୍ଵିକେଟ୍ ନେବା ମାମଲାରେ ସେ ଇଂଲଣ୍ଡର ଜର୍ଜ ଲେହମାନଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଲେହମାନ ୧୮୯୬ରେ କେବଳ ୧୬ଟି ଟେଷ୍ଟରୁ ୧୦୦ ଓ୍ଵିକେଟ୍ ପୂରା କରିଥିଲେ। 

Subscribe

National International State Sports Entertainment