ଦିନିକିଆ ଦଳରେ ଧୋନୀ କିମ୍ବା ପନ୍ଥ? ଆସନ୍ତାକାଲି ହେବ ନିଷ୍ପତି
Khabar Odisha:odi-squad-dhoni-s-cover-kohli-s-workload-key-issues
ନୂଆଦିଲ୍ଲୀ, ଅକ୍ଟୋବର ୧୧(ଖବର ଓଡିଶା):

ଖରାପ ପର୍ମ ଦେଇ ଗତି କରୁଥିବା ଭାରତୀୟ ଦଳର ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୱେଷ୍ଟଇଣ୍ଡିଜ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆରେ ସାମିଲ କରାଯିବ ନା ନାହିଁ ସେନେଇ ଦ୍ୱନ୍ଦ ଲାଗିରହିଛି । ତାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇପାରେ । 

ବର୍ତମାନ ସୁଧା ଏହା ସ୍ଥିର ହୋଇ ନାହିଁ ଯେ ପ୍ରଥମ ତିନୋଟି ଦିନିକିଆ ପାଇଁ ଖେଳାଳି ଚୟନ ହେବ ନା ସମ୍ପୂର୍ଣ୍ଣ ସିରିଜ ପାଇଁ । ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ୫ଟି ଏକ ଦିବସୀୟ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ । 

ଧୋନୀଙ୍କ ଫର୍ମକୁ ନେଇ ଚିନ୍ତାରେ ପଡିଛି ଟିମ୍ ମ୍ୟାନେଜମେଂଟ୍ । ତାଙ୍କର କିପିଂ ଆକର୍ଷଣୀୟ ଥିବା ବେଳେ ବ୍ୟାଟିଂ ଫେଲ ମାରୁଛି  । ଫଳରେ ଚୟନକର୍ତା ଦ୍ୱନ୍ଦରେ ରହିଛନ୍ତି । ଧୋନୀ ଆଗାମୀ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା ନିଶ୍ଚିତ ଥିବା ବେଳେ ଆଜିଠାରୁ ପନ୍ଥଙ୍କୁ ସୁଯୋଗ ଦେବା ବୁଧିମାନର କାମ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ପନ୍ଥଙ୍କ ପାଖରେ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ଥିବା ସେ କହିଛନ୍ତି । 

ଓଭାଲର ପ୍ରଥମ ଟେଷ୍ଟରେ ଶତକ ଅର୍ଜିଥିବା ପନ୍ଥ ରାଜକୋଟରେ ମଧ୍ୟ ୯୨ରନର ପାଳି ଖେଳିଥିଲେ । ଯାହାପରେ ୨୦ ବର୍ଷିୟ ଏହି ୱିକେଟ କିପର ବ୍ୟାଟସମ୍ୟାନଙ୍କୁ ଦଳରେ ସାମିଲ କରିବା ପାଇଁ ଦାବି ହେଉଛି । ଦିନେଶ କାର୍ତିକ ଦଳରେ ଥିଲେ ମଧ୍ୟ ତାଙ୍କ ଫର୍ମକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏପରି ସ୍ଥଳରେ ଚୟନକର୍ତା ପନ୍ଥ କିମ୍ବା ଧୋନୀଙ୍କ ମଧ୍ୟରୁ କାହାକୁ ସାମିଲ କରୁଛନ୍ତି ନା ଉଭୟଙ୍କ ସୁଯୋଗ ମିଳୁଛି ତାହା ଗତକାଲି ସ୍ପଷ୍ଟ ହୋଇଯିବ ।  

  • Tags:

Subscribe

National International State Sports Entertainment